STORYMIRROR

Tushar Kanta Prasad

Others

3  

Tushar Kanta Prasad

Others

ସିନ୍ଦୂର ବିନ୍ଦୁ

ସିନ୍ଦୂର ବିନ୍ଦୁ

1 min
370

କାଲି ଯାଏଁ ଥିଲା ଅଳସୀ କଇଁ, 

   ଆଜି ସେ ଚଞ୍ଚଳା ସତେକି ନଈ।

ଥିଲା କାଲି ଯାର ଅଝଟ ପଣ, 

   ଆଜି କାହା ପାଇଁ ସୁନା କୁଲେଇ।। 


ବାପଘରେ ଥିଲା ଯେ ସୁକୁମାରୀ, 

   ଆଜି କାହାର ସେ ମନ ମୟୂରୀ। 

କାଲି ଲୁଚୁଥିଲା ବାପାଙ୍କୁ ଡରି, 

   ଚାଲୁଛି ଅଚିହ୍ନା ହାତକୁ ଧରି।। 


କପାଳରେ ପିନ୍ଧି ସିନ୍ଦୂର ବିନ୍ଦୁ, 

    ସାଙ୍ଗ ସାଥି ଯିଏ ପାଶୋରି ଦେଲା। 

ହାତେ ଶଙ୍ଖା, ଚୁଡି ଗହଣା ତା'ର, 

    ନୂଆ ଏକ ପରିଚୟ ଯେ ହେଲା।। 


ବିନ୍ଦୁଏ ସିନ୍ଦୁର ଜୀବନ ଆଧାର, 

     ଦୁହିତା ରୂପରେ ଦେଲା ସଜେଇ। 

ଅଲିଅଳି ଆଜି ହେଲା ଲାଜକୁଳୀ, 

     କୁମାରୀ ବୟସ ଦେଇ ହଜେଇ।। 


ଆଞ୍ଜୁଳି ଚାଉଳ ପର କରି ଦିଏ , 

     ମାଆର ପଣତକାନି ପାଖରୁ। 

ଜୀବନ ସଉଦା,ଆଖି ହୁଏ ଓଦା, 

     ସିନ୍ଦୂର ପିନ୍ଧିଲେ ସାଥି ହାତରୁ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍