STORYMIRROR

Tushar Kanta Prasad

Classics

3  

Tushar Kanta Prasad

Classics

କହିଦେବି ମନକଥା

କହିଦେବି ମନକଥା

1 min
459

ଅନେକ ଦିନର ବନ୍ଧୁତ୍ବ ଭିତରେ, 

    ଅନୁଭବ କଲି ଦିନେ

ବନ୍ଧୁ ନୁହେଁ ମୋର ଜୀବନ ବାନ୍ଧବୀ, 

    ଭଲପାଏ ବୋଲି ମନେ


ବିବେକ ଦେଲାନି ଅନୁମତି ମୋତେ, 

    ପ୍ରେମ ନିବେଦନ ପାଇଁ

ହୃଦୟ ର ସ୍ବର କହେ ବାରମ୍ବାର, 

    ରାତିରେ ନ ପାରେ ଶୋଇ


ବନ୍ଧୁତ୍ବ ରେ ଦାଗ ଲାଗିଯିବ ବୋଲି, 

    ବିବେକର ଭୟ ଥିଲା

ହୃଦୟ କୁ ତୋର ନିଶ୍ଚୟ ବୁଝିବ, 

    ମନ ଦୃଢ଼ ଉକ୍ତି ଦେଲା


ପରୀକ୍ଷା କକ୍ଷରେ ମୁଁ ଏକ ଲକ୍ଷ୍ୟରେ, 

    ଦେଖୁଥିଲି ତା'ର ଛବି

ମୋ ହୃଦ ସ୍ପନ୍ଦନ ଖୋଜି ବୁଲୁଥିଲେ, 

    ହୃଦୟ ସିନ୍ଦୁକ ଚାବି


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics