STORYMIRROR

Tushar Kanta Prasad

Others

4  

Tushar Kanta Prasad

Others

ତୁମକୁ ପାଇଛି...

ତୁମକୁ ପାଇଛି...

1 min
519

ହେ ଇଶ୍ବର, ମୁଁ ତୁମକୁ ପାଇଛି, 

    ମାତୃ ଗର୍ଭେ ହୋଇ ଶୂନ୍ୟରୁ ସୃଷ୍ଟି। 

କୋଳରେ ପାଇଛି ମମତା ଯା'ର, 

    ଭୋକେ ମୋ କରିଛି ଅମୃତ ବୃଷ୍ଟି।। 


ହେ ଇଶ୍ବର, ମୁଁ ତୁମକୁ ପାଇଛି, 

    ବାଲ୍ୟକାଳୁ ଦେଖି ପିତାଙ୍କ ଛାଇ। 

ସାହାସ, ଶକ୍ତି ଦେଇଥାନ୍ତି ସିଏ, 

    ସବୁ ବିପଦରେ ଲଢିବା ପାଇଁ।। 


ହେ ଇଶ୍ବର, ମୁଁ ତୁମକୁ ପାଇଛି, 

    ଅଜ୍ଞାନ ଅନ୍ଧାର କରିଛ ଦୂର। 

ଶିକ୍ଷା ରୂପେ ଜ୍ଞାନ ଦେଇଛ ଦାନ, 

    ଦେଖାଇଛ ମୋତେ ଜୀବନ ଦ୍ବାର।। 


ହେ ଇଶ୍ବର, ମୁଁ ତୁମକୁ ପାଇଛି, 

    ସାଜିଛ ବନ୍ଧୁ ମୋ ଜୀବନ ପଥେ। 

ତୁମେ ମୋ ନିଶ୍ବାସ, ବିଶ୍ବାସ ଭରା, 

    ତୁମେ ବିରାଜିତ ମୋ ଦେହ ରଥେ।। 


ହେ ଇଶ୍ବର, ମୁଁ ତୁମକୁ ପାଇଛି, 

    କେବେ ତୃଷ୍ଣା କେବେ ତୃପ୍ତି ରୂପରେ। 

କେବେ ସକାଳର ସୁନା କିରଣ, 

    ଦେଖିଛି ତୁମକୁ ସଂନ୍ଧ୍ଯା ଧୂପରେ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍