STORYMIRROR

Tushar Kanta Prasad

Others

3  

Tushar Kanta Prasad

Others

କର୍ମବୀର

କର୍ମବୀର

1 min
199

ଦେହ ଦାନ ଦେଇ ଦାଦନ ଖଟନ୍ତି, 

  ମାତୃଭୂମି ତ୍ୟାଗୀ ପରଦେଶରେ।

ଦେହ ଝାଳ ସିନା ଦେହରେ ମରୁଛି, 

  ସ୍ମୃତି ଧାରେ ମରେ ମୁଖୁ ହସରେ।। 


ସ୍ବପ୍ନ ଖେଳେ ଯେବେ ଭାଗ୍ୟ ହାତେ ଦୋଳି, 

   କରମ କୁ କରି ସେ ହତିଆର। 

ଦେଖ ରଣକ୍ଷେତ୍ର ସଜେଇଛି ହସ୍ତେ, 

   ନୁହେଁ ସେ ଦାଦନ ସେ କର୍ମବୀର।। 


କର୍ମକ୍ଷେତ୍ର ସାଜି ଦୀପ ଶିଖାଟିଏ, 

   ଆଣିଛି ଟାଣି ଯେ ପତଙ୍ଗ ପରି। 

ଦୁଃଖ ଭୁଲିବାକୁ ଦୁଃଖି ଟିଏ ଦେଖ, 

   ସାତ ଦରିଆ କୁ ହୋଇଛି ପାରି।। 


ପରିବାର ପାଇଁ କରିଛି ସ୍ବାକ୍ଷର, 

   ହୋଇପାରିବନି ଇଚ୍ଛାରେ ମୁକ୍ତି। 

ଅତ୍ଯାଚାର ସହେ ଅନାହାର ପାଇଁ, 

   ଯେତେଦିନ ଥିବ ପ୍ରାଣରେ ଶକ୍ତି।। 


କର୍ମନିଯୁକ୍ତି ର ଅଭାବ ପାଇଁକି, 

   ସୃଷ୍ଟି ହେଉଥିବେ କେତେ ଦାଦନ। 

ନିଜ ମାଟି ନିଜ ଆତ୍ମୀୟ ମାନଙ୍କୁ, 

    ଦାଦନ କେବଳ ଦେଖେ ସପନ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍