STORYMIRROR

Tushar Kanta Prasad

Romance Others

3  

Tushar Kanta Prasad

Romance Others

ହସ ରହସ୍ଯ

ହସ ରହସ୍ଯ

1 min
310

ମନର ସନ୍ତାପ ନେଇ ପାରେ ହରି, 

   ବିଷାଦ ର ଛାୟା ଦୂର କରେ। 

କେବେ ଲୁଚେ ଆଉ କେବେ ସେ ଲୁଚାଏ, 

   ମନେ ଉଦ୍ଦୀପନା ହସ ଭରେ।। 


ବଡ ବିଚିତ୍ର ଯା ରହସ୍ୟ ବୁଝିବା, 

    ଦୁଖି, ସୁଖି ମୁଖେ ଥାଏ ସଦା। 

କିଏ ଖୋଜେ କେବେ ହସର ଠିକଣା, 

    ହସି ହସି କେବେ ଆଖି ଓଦା।। 


ହସ ଢାଙ୍କି ପାରେ ହୃଦୟର ବ୍ଯଥା, 

    କହେ ଅକୁହା କଥା ଆଖିର। 

ଆତ୍ମୀୟତା ହେତୁ ସୃଷ୍ଟିରେ ଜନମ, 

   ମୋହି ପାରେ ମନ ସେ ଶତ୍ରୁର।। 


ହସ ତଳେ କିଏ ଲୁଚାଇଛି ଦୁଃଖ, 

    କାହା ପାଇଁ ସାଜେ ପୂର୍ଣ୍ଣମୀ ଇନ୍ଦୁ। 

ରୋଗି ର ରୋଗକୁ ଉପଶମ କରେ, 

    ଓଠ ଧାରେ ଖିଏ ହସର ବିନ୍ଦୁ।। 


 ସ୍ମିତହାସ୍ୟ ଭରା ପ୍ରିୟାର ଚେହେରା, 

    ପ୍ରେମିକ ହେବାକୁ କରେ ଉଛନ। 

ବାର୍ଦ୍ଧକ୍ୟରେ ପାଇ ଯାହାର ପରଶ, 

    ବୃଦ୍ଧ ଫେରିପାଏ ନବ ଯୌବନ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance