STORYMIRROR

Tushar Kanta Prasad

Abstract

3  

Tushar Kanta Prasad

Abstract

ତୁମେ, ମୁଁ ଆଉ ସଙ୍ଗରୋଧ...

ତୁମେ, ମୁଁ ଆଉ ସଙ୍ଗରୋଧ...

1 min
12K

ତୁମେ ଜିଦ୍ଦି ଧର ବାହାରକୁ ବାହାରିବାର, 

କିନ୍ତୁ ମୁଁ ବାରଣ କରେ ମୋର ମନକୁ, 

ମାନି ନେବାକୁ ଏ ସଙ୍ଗରୋଧ। 

ନିର୍ଭୟ ନା ନିର୍ବୋଧ ର ଦିଅ ପରିଚୟ 

ଥରେ ବିବେକକୁ ପଚାର, ପାଇବ ଉତ୍ତର, 

ଶିଶୁ ପରି ହୁଅ କାହିଁ ଅବୋଧ।। 


ତୁମେ ବାହାନା କର ଜରୁରୀ କାର୍ଯ୍ୟର, 

ଆପଣାର କେହି ଶତ ବାରଣ ସତ୍ତ୍ୱେ, 

ନିଜ ଜୀବନ ସହ ଅନ୍ୟକୁ ସାଥି କରି, 

ମୃତ୍ୟୁର କାହିଁ ରଚ ଖେଳ। 

ବାରମ୍ବାର ଲଙ୍ଘିଚାଲ ଲକ୍ଷ୍ମଣ ଗାର

ନିଜ ପାଇଁ ଡାକିବାକୁ ବିପଦର ବେଳ।। 


ତୁମ ପରି ମୁଁ ନିର୍ଭିକ ନୁହେଁ, 

ଭୟ ମୋର ମନରେ କରିଛି ଘର, 

ସାରା ବିଶ୍ୱ ଭ୍ରମୁ ଥିବା ଏ ନରଭକ୍ଷୀ ଦେଖି

ନିଜକୁ ନିଜେ ଆଜି ସଜେଇଛି ବନ୍ଦୀ। 

ବସୁଦେବଙ୍କ କାରାବାସ ପରି, 

ଅପେକ୍ଷାରେ ଅଛି ନବ ସୂର୍ଯ୍ୟୋଦୟକୁ, 

କୃଷ୍ଣଙ୍କର ଆଗମନର ସମୟକୁ

ସେ ପର୍ଯ୍ୟନ୍ତ ଧୈର୍ଯ୍ୟହରା ହୁଅନା 

ସଂକ୍ରମଣ ଶିକୁଳି ଅନ୍ୟ ହାତେ ଦିଅନାହିଁ ବାନ୍ଧି।। 


ତୁମେ ମଧ୍ୟ ମାନି ନିଅ ଏ ସଙ୍ଗରୋଧ 

ନିଜ ମନକୁ ନିଜେ କର ଅବରୋଧ 

ଅନ୍ୟ ପାଇଁ ନହେଲେ ନିଜର ସୁରକ୍ଷା ପାଇଁ। 

ଝଡ ସମୟରେ ଦେଖିଛ କି? 

ପକ୍ଷୀ ନିଜର ନୀଡ ଛାଡିବାର, 

ଧ୍ଯାନ ମୁଦ୍ରାରେ ଅପେକ୍ଷା କରିଥାଏ ପକ୍ଷୀଟି, 

ଝଡ ଥମିବାର ମାହେନ୍ଦ୍ର ବେଳାକୁ।


କାହିଁକି ଧାଇଁଛ ତୁମେ ପତଙ୍ଗ ପରି, 

ଆଲୋକର ଶିଖା ଦେଖି

ଏ ଆକର୍ଷଣ ପରା ହରଣ କରେ ପତଙ୍ଗର ପ୍ରାଣ। 

ଶୁଣ, ଥରେ ମୁଦି ଦିଅ ଆଖି, 

ନିଜକୁ ନିୟନ୍ତ୍ରଣ କରିନିଅ ଥରେ ନିଜ ପାଇଁ, 

ଆପଣାର କେହି ଚାହିଁ ବସିଛି ତୁମ ପଥ, 

ଆଖି ଧାରେ ସପନ ସଜେଇ


ଦେଖ ଆଜି ବିଶ୍ବ ମାନଚିତ୍ରକୁ ରକ୍ତ ରଞ୍ଜିତ 

ଅଦୃଶ୍ୟ ଶତ୍ରୁର କବଳରେ ପଡି, 

ପବନରେ ଶୁଣିବାକୁ ଚେଷ୍ଟାକର କ୍ରନ୍ଦନର ସ୍ବର

ଆତ୍ମୀୟଙ୍କ ବିୟୋଗରେ ବ୍ଯଥିତ ପ୍ରାଣର, 

ଇଶ୍ବର ମଧ୍ଯ କାର୍ଯ୍ୟରତ ପୃଥିବୀ ପୃଷ୍ଠରେ

ଚିକିତ୍ସା ଓ ସୁରକ୍ଷା କ୍ଷେତ୍ରରେ ଆମରି ପାଇଁ 

ଆମକୁ ଆମ ସୁରକ୍ଷା ପାଇଁ କରିଲେଣି ଅନୁରୋଧ, 

ଆସ ତୁମେ, ମୁଁ କିଛିଦିନ ରହିଯିବା ସଙ୍ଗରୋଧ

 ତୁମେ, ମୁଁ କିଛିଦିନ ରହିଯିବା ସଙ୍ଗରୋଧ... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract