STORYMIRROR

Tushar Kanta Prasad

Others

3  

Tushar Kanta Prasad

Others

ପ୍ରକୃତ ପ୍ରେମିକା

ପ୍ରକୃତ ପ୍ରେମିକା

1 min
224

      ପ୍ରକୃତ


ବିଶ୍ବାସ କରିଥିଲି ନିଶ୍ବାସ ପରି, 

   ଭୁଲିଗଲୁ ଆଉ କାହା ହାତକୁ ଧରି। 

ସପନ ଦେଖିଥିଲି ସାଗର ପରି, 

   ଅଧା ବାଟରୁ ଫେରିଲୁ ନଦୀ ଯେପରି।। 


ସ୍ବାର୍ଥ ପାଇଁ ବଳି ଦେଲୁ ମୋ ପ୍ରେମକୁ, 

    ଖେଳିଲୁ ଖେଳଣା ଭାବି କାହିଁ ମନକୁ। 

ସ୍ମୃତି ରୂପେ ଦେଲୁ ଛଳନା ଚିହ୍ନକୁ, 

    କେମିତି ଭୁଲିବି କହ ଏଇ ଦିନକୁ।। 


ତୋ ପ୍ରେମ ଭାବିଲି ମୁଁ ଫଗୁଣ ବୋଲି, 

   ଲୁହର ଶ୍ରାବଣ ଦେଇ ଖେଳିଲୁ ହୋଲି। 

ବିଷ ତୋ ମନେ ଥିଲା ଜାଣି ନଥିଲି, 

   ଭିନ୍ନ ଏକ ରୂପ ତୋର ଆଜି ଦେଖିଲି।। 


ତୋ ପରି ମିଳିଲେ ଏ ଜୀବନେ ମିତ, 

    ପ୍ରେମ କେବେ ହେବ କହ ଚିର ଶାଶ୍ବତ। 

ତୋ ପରି ଅଧାବାଟେ ଛାଡେ ଯେ ହାତ, 

    ପ୍ରକୃତ ପ୍ରେମିକା ନାମେ ଜଗତେ ଖ୍ଯାତ।। 


ଦେଇଥିଲୁ ତୋ ଛବି ଆଙ୍କି ମୋ ମନେ, 

   କେତେ ସ୍ବପ୍ନ ଦେଖାଇଲୁ ଆସି ଜୀବନେ। 

ତୋତେ ସାଇତି ଥିଲି ହୃଦ ସ୍ପନ୍ଦନେ, 

   ପାଉଣା ଏ ପ୍ରତାରଣା, ପ୍ରେମର ମାନେ।। 


Rate this content
Log in