Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tushar Kanta Prasad

Abstract

0.9  

Tushar Kanta Prasad

Abstract

ବାସ୍ତବ ଚିତ୍ର

ବାସ୍ତବ ଚିତ୍ର

1 min
431


ମାଟିର ଏ ଦେହ ମାଟିରେ ମିଶିବ, 

   ଦେଖିଲେ ଜୀବନେ ଯେତେ ସପନ। 

ମିଛ ଅହଙ୍କାର ମିଛ ଏ ବଢିମା, 

    ନିଶ୍ଚିତ ଏ ଦିନେ ହୋଇବ ଶୂନ୍ୟ।। 


ଜନମ, ମରଣ ଏ ଦୁଇ ନିୟମ, 

   ସଂସାର ସୃଷ୍ଟିରୁ ଆସିଛି ବୋଲି। 

ଆଜି ଯିଏ ରଜା କାଲିକି ଫକୀର, 

   ଶୂନ୍ୟ ହସ୍ତେ ଯିବେ ସମସ୍ତେ ଚାଲି।। 


ମୃତ୍ୟୁ ଯେ ତୁଚ୍ଛାରେ ହୁଅଇ ନିନ୍ଦିତ, 

    ପ୍ରକୃତରେ ଦୁଃଖ ଜୀବନ ଦିଏ। 

କୃତ କର୍ମଫଳ ଏ ନର ଭୁଞ୍ଜଇ, 

    ଅପଯଶ ଖାଲି ମୃତ୍ୟୁ ମୁଣ୍ଡାଏ।। 


ବୀରଗତି ଅବା କୁହ ହେ ନିର୍ବାଣ, 

    ମୋକ୍ଷ ଆଦି ଯା'ର ଅନେକ ନାମ। 

ସେହି ନର ସଦା ରୁହଇ ଅମର, 

    ଏ ସଂସାର ଗାଏ ଯା'ର ସୁନାମ।। 


ସୂର୍ଯ୍ୟାସ୍ତ କେବଳ ସୂର୍ଯ୍ୟୋଦୟ ପାଇଁ, 

    ନୂଆ ସକାଳର ଆରମ୍ଭ ମାତ୍ର। 

ମୃତ୍ୟୁ କରିଥାଏ ଶୋକାତୁର ହେଲେ, 

    ସଂସାର ପାଇଁ ଏ ବାସ୍ତବ ଚିତ୍ର।। 



Rate this content
Log in

Similar oriya poem from Abstract