STORYMIRROR

Tushar Kanta Prasad

Abstract

2  

Tushar Kanta Prasad

Abstract

ବନ୍ଦନୀୟା

ବନ୍ଦନୀୟା

1 min
257

ମମତାର ଦ୍ବାର,     ପ୍ରେମ ଗନ୍ତାଘର, 

    ସୃଷ୍ଟି ସର୍ଜନାର ମୁଖ୍ୟ ନାୟିକା

କେବେ ସେ ଜନନୀ,   କାହାର ଭଗିନୀ, 

   ସାଜିଥାଏ କେବେ କାହା ପ୍ରେମିକା


ଗର୍ଭେ ଅନାଦର,      ଲଭେ ତିରସ୍କାର, 

    ଜଗତେ ବିଶାଳ ହୃଦୟ ଧାରି

ସମାଜେ ଶୋଷିତ,     ହୁଏ ପରିତ୍ୟକ୍ତ, 

   ତଥାପି ଜୀବନେ ଯାଇନି ହାରି


ନାରୀ ଅନ୍ନପୂର୍ଣ୍ଣା,      ସେ ସ୍ବୟଂ ସମ୍ପୂର୍ଣ୍ଣା, 

    ଅବଳା, ଦୁର୍ବଳା ନୁହେଁ ସେ ହୀନ

ବାଣ୍ଟେ ପ୍ରମଧାରା,     ଅମୃତ ପସରା, 

    ହୃଦୟ ଯାହାର ଅଟେ ଆସ୍ଥାନ


ଜୀବନ ସଙ୍ଗିନୀ,     ପ୍ରୀତି ମନ୍ଦାକିନୀ, 

    ଅଟେ ସେତୁବନ୍ଧ ସେ ସମ୍ପର୍କର

ହୃଦୟରେ ହେଜ,     ମଣ ନାହିଁ ବୋଝ, 

    ଘର କୁ କରଇ ସରଗପୁର


ରୂପରେ ରୂପସୀ,     ଗୁଣେ ମହୀୟସୀ, 

    ଚିର ବନ୍ଦନୀୟା ଜଗତେ ନାରୀ

ଶାନ୍ତି, ଦୟା, କ୍ଷମା,    ଭୁଲ ନାହିଁ ଜମା, 

    ନାରୀ ଏ ଜଗତେ ଅଛି ବିସ୍ତାରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract