STORYMIRROR

ARUPANANDA NAYAK

Abstract

3  

ARUPANANDA NAYAK

Abstract

ନିରବତା

ନିରବତା

1 min
207


ନିରବତା ମୋର ଧର୍ମ

ମୋ ମନର ଅକୁହା କଥାର ମାନ

ହୃଦ ସନ୍ତାପର ନାଶନର ମନ୍ତ୍ର

ଅଲେଖା ପତ୍ରଟେ ପ୍ରେମ କଲମରେ

ପଢିଲେ ଅବୁଝା ପୁଣି

ବୁଝିଲେ ଅପଢା ।

ମୁଁ ଆକାଶ ବକ୍ଷର

କୋଟି କୋଟି ତାରକାଙ୍କର ଭାବନା

ନିରବ ଗୁଣକୁ ଉପହାସ କରେ ଚନ୍ଦ୍ରମା

ହେ ଜହ୍ନ ,ମୁଁ ଚାହେଁ ସନ୍ତୁଳନ

ତୁମ ଆତ୍ମ ଗର୍ବ ଚୁନା କରେ ପ୍ରକୃତି,

ଅମାବାସ୍ୟାରେ ହରାଇ ଅସ୍ତିତ୍ବ

ନିରବତା ତୁମକୁ ଦିଏ ନିରବାଇ

ଆଉ

ମୋତେ ଦେଖି ଲୋକ ଦିଗ ବାରେ

ମୋ ନିରବତାକୁ ପ୍ରଶଂସି।।

ମୁଁ ସାଗର ବୁକୁର

ଶୁଭ୍ର ବର୍ଣ୍ଣା ବାଲିର ବିସ୍ତୃତି

ଲହରୀ ଆସେ,ମଥା ପିଟେ,

ଗର୍ଜନ ବ୍ୟକ୍ତ ରେ ଆଳସ୍ୟ ତୁଟାଇ

ଫେରେ ଶାନ୍ତ ହୋଇ

ନିରବ ଗୁଣକୁ ଦୀକ୍ଷା କରି

ମୋତେ ନିଏ ତା ଗର୍ଭାଭିମୁଖୀ ।

ଝରଣା ପଥରେ ପଥରଟିଏ ମୁଁ

ସହେ ଝର ପାଣିର ଗଞ୍ଜଣା

ନିରବ ଛାତିରେ ଆଘାତ ଦେଇଣ

ଶୁଭେ ସଙ୍ଗୀତର ମୁର୍ଛନା

ବାହ୍ୟ ଆବରଣ ନାଶି

ଭସାଇ ତା ସ୍ରୋତେ

ହୃଦ ମଧ୍ୟ ଯାଇ ଶୀତଳ ଭରେ

ମୋ ନିରବ ପଣେ।।

ବହୁ ଜଞ୍ଜାଳରେ ସାଧେ କାର୍ଯ୍ୟ

ନିରବତା ମୋର ଅସ୍ତ୍ର,

ସ୍ୱପ୍ନିଳ୍ ଆକାଶେ ଅବା

ଦୁଃଖ ର ମାନସେ

ନିରବତା ମୋର ବସ୍ତ୍ର

ଆନ ମନର ଘାତ ପ୍ରତିଘାତ ସହି

ମୋୖନ ମନେ ଜୀବନ ଡ଼ଙ୍ଗା ଵାହି

କେବେ ଛୁଏଁ ସଫଳତାର ଦିଗବଳୟ

ତ କେବେ

ପୁଣି ଯାଏ ନିରବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract