STORYMIRROR

ARUPANANDA NAYAK

Abstract

3  

ARUPANANDA NAYAK

Abstract

ମୋ ସହର

ମୋ ସହର

2 mins
201


ନାମ ତାର ନୟାଗଡ଼

ଦିଶେ ସଦା ଦୀପ୍ତିବନ୍ତ

ନୁଆ ନୁଆ ସୃଜନ ବୋଲି

ନାମ ଏଇମନ୍ତ

ରୁକ୍ଷି ଵଲରାମ ପାହାଡ଼ କୋଳେ

ଚଉ ଦିଗେ ବିଭବ ପୁରିତ।।

ରଜାରାଜୁଡ଼ା ବେଳୁ ଶୋଭା ମଣ୍ଡନ

ପ୍ରଭୁ ଜଗନ୍ନାଥ ଛନ୍ତି ବିଜେ

ପାରୁଶେ ଦକ୍ଷିଣକାଳୀ କୋଳେ ମହାପ୍ରଭୁ ଧରି

ମାତୃ ମୁଖ ତାରେ ଶୋଭାରାଜେ

ଅନତି ଦୂରର ଶରଣକୁଳ ଠାର

ଲଡୁକେଶ ମହାଦେବ ଉଭାବନ୍ତ

ମୋ ସହର

ନାମ ତାର ନୟାଗଡ଼

ଦିଶେ ସଦା ଦୀପ୍ତିବନ୍ତ।।

ଓଡଗାଁ ଗ୍ରାମ ମୋ ସହର ଆର ପାଖେ

ଯେ ଫୁଟାଏ ହସ ମୋ ସହର ମୁଖେ

ଵନରାଜି ଶୋଭା ତାହାର ଅଙ୍ଗନେ

ସୁ ସଜ୍ଜିତ ହୋଇରହିଚି ମଉନେ

ଯହିଁ ବିଜେ ଦଶରଥ ସୁନୁ

ସ୍ୱୟଂରଘୁନାଥ

ମୋ ସହର

ନାମ ତାର ନୟାଗଡ଼

ଦିଶେ ସଦା ଦୀପ୍ତିବନ୍ତ।।

ଜଗନ୍ନାଥ ଆଦି ସ୍ଥଳ ଶ୍ରୀ ନୀଳ ମାଧବ ପୀଠ

ବିଶ୍ୱାବସୁରାଜାର ପୁଣ୍ୟ ମଠ

ମହାନଦୀ କୂଳର ନିଳିମା ଜଳରାଶି

ଶାନ୍ତି ମୟ ଭାବେ କରଇ ହୃଦୟ ପ୍ଲାବିତ

ମୋ ସହର

ନାମ ତାର ନୟାଗଡ଼

ଦିଶେ ସଦା ଦୀପ୍ତିବନ୍ତ।।

କବି କୁଳ ଇନ୍ଦ୍ର ଭଞ୍ଜ ଉପ ଇନ୍ଦ୍ର

କବି ଯଦୁମଣି ଆଦି ଅନେକ

ବୈଦେହିସ ବିଳାସରାଘବ ବିଳାସ

ଜଣାଣ ସାହିତ୍ୟ ସୃଜନରରୁପରେଖ

ସେହି ଗୁଣି ଜନ ପାଇଁ ଗର୍ବିତ ହୁଅଇ

ହୃଦୟେ ଧରିଛି ନାମରସାମୃତ

ମୋ ସହର

ନାମ ତାର ନୟାଗଡ଼

ଦିଶେ ସଦା ଦୀପ୍ତିବନ୍ତ।।

ମୋ ସହରର ଆନ ପାର୍ଶ୍ବେ

ଖଣ୍ଡପଡ଼ା ଶୋହେ

ସୁଷମା କୁ ବର୍ଣ୍ଣିବା ସହଜ ନୋହେ

ରାଜ ପରିବାରର ସୁଯୋଗ୍ୟ ସନ୍ତାନ

ସମ୍ରାଟ ସିଏ ଯେ କି ମୁକୁଟ ବିହୀନ

ଜ୍ୟୋତିର୍ବିଜ୍ଞାନୀ ତଥା

ମହା ମହୋପାଧ୍ୟାୟ ସମ୍ମାନ ଦୀକ୍ଷିତ

ସେହି ଆମ ପଠାଣି ସାମନ୍ତ

ମୋ ସହର

ନାମ ତାର ନୟାଗଡ଼

ଦିଶେ ସଦା ଦୀପ୍ତିବନ୍ତ।।

ଦେବୀ ଦେବ ଙ୍କ ଆସ୍ଥାନ ଏ ପବିତ୍ର ଭୂମି

କୋଳେ ଧରିଛି କେତେ ଜ୍ଞାନୀ ଗୁଣି

ଛେନାପୋଡ଼ ତାର ମହ ମହ ବାସେ

ମୁହଁ ମିଠା ଲାଗି ସେନେହେ ପରଶେ

ସତେ ସ୍ଵାଦିଷ୍ଟ ଲାଗି କରିଛଇ ବ୍ରତ

କଳା ବିଜ୍ଞାନ ସାହିତ୍ୟ ନିପୁଣ

ରୂପ ସଦା ଶୋଭାବନ୍ତ

ମୋ ସହର

ନାମ ତାର ନୟାଗଡ଼

ଦିଶେ ସଦା ଦୀପ୍ତିବନ୍ତ।।

ସୁନ୍ଦର ସବୁଜ ବନାନୀ

ଯା ପାଶେ ସରବେ ଋଣୀ

ରାସ୍ତା ଚାକ୍ ଚୋୖକ୍ୟରେ ହୋଇଛି ଭରଣୀ

ସତେ ଉଜ୍ଜ୍ୱଳ ପ୍ରକାଶ ଏକ ମାତ୍ର କାମ୍ୟ

ବେନି ହସ୍ତ ଯୋଡ଼ି କରୁଛି ସେ ସ୍ୱାଗତ

ମୋ ସହର

ନାମ ତାର ନୟାଗଡ଼

ଦିଶେ ସଦା ଦୀପ୍ତିବନ୍ତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract