STORYMIRROR

ARUPANANDA NAYAK

Abstract

3  

ARUPANANDA NAYAK

Abstract

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
320


ବୃଷଭ ସଂକ୍ରାନ୍ତି ଆଜି ରବି ବୃଷଭେ ଚଳି

ନଭ ମଣ୍ଡଳ ରେ ତୀକ୍ଷଣ ଭାବେ ବିଚରି

ଖରା ହୋଇବ ପ୍ରଚଣ୍ଡ ଧରା ହୋଇବ ଖଣ୍ଡ

ସକଳ ସୂର୍ଯ୍ୟ କର ହୋଇ ଏକତ୍ର ରୁଣ୍ଡ

ତେଜ ବଢ଼ାଇ ଗମନ୍ତି ଛାୟା ରମଣ

କେଡେ ଶୁଭ ଅଟେ ଆଜ ଏ ଦିନ।


ମୃଗଶିରା ନକ୍ଷତ୍ର ଯୋଗେ ବୈଶାଖ ମାସ

ଶୁକଳ ପଖିଅ ଅଦ୍ୟ ତୃତୀୟା ଦିବସ

ଅକ୍ଷୟ ତୃତୀୟା ପର୍ଵ ନାମ ବହନ

କେଡେ ଶୁଭ ଅଟେ ଆଜ ଏ ଦିନ।

ଧାନ ଭରି ଗଉଣୀର ଅଖି ମୁଠି ଅନୁକୂଳ

ଭାରି ଉଲ୍ଲାସ ହ୍ଵନ୍ତି ମୋ ରାଇଜ ଚାଷୀ କୁଳ

ଅକ୍ଷୟ ସ୍ୱରୂପ ଧାନ କ୍ଷେତେ କରିବ ବପନ

ହଳ ଲଙ୍ଗଳ ଧରି ପିନ୍ଧିଣ ନବ ବସନ

କେଡେ ଶୁଭ ଅଟେ ଆଜ ଏ ଦିନ

ଅଖି ତୃତୀୟା ର ଅଭିନନ୍ଦନ।

କୁଙ୍କୁମ ଚନ୍ଦନ ଧାନ ରେ ଲେପିଣ ଘରଣୀ ସଜାଇଛି

ଲକ୍ଷ୍ମୀ ଉପାସନା ହୃଦ ଆସ୍ବାଶନା ମନରେ ଇଛି

ମଥାରେ ବାନ୍ଧିଛି ପାଗ ଦିଶେ ଆଜି ଭାରି ବାଗ

ଧରଣୀ ମାଆ ଙ୍କୁ କରି କ୍ଷୀର ନଡିଆ ଭୋଗ

ସୁନ୍ଦର ଶସ୍ୟ ଫଳାଅ ମନେ କରି କାମନ

କେଡେ ଶୁଭ ଅଟେ ଆଜ ଏ ଦିନ।

ଅନୁକୂଳ ଏ ସୁ- ତିଥି ରଥ ହେବ ନିର୍ମାଣ

ରଥ ଗଢ଼ା ସେବକ ଙ୍କୁ ପାଟ ଶାଢ଼ୀ ବନ୍ଧନ

ଶ୍ରୀ ଅଙ୍ଗ ଶୋଭିତ ଆଜ୍ଞାମାଳ ରଥ ପରେ ବିରାଜେ

ଚନ୍ଦନ ଜାତ ଲାଗି ବିଗ୍ରହ ହୋଇଛନ୍ତି ବିଜେ

ରଥ କାଠ ହୋଇବ ଆଜି ପୂଜନ

କେଡେ ଶୁଭ ଅଟେ ଆଜ ଏ ଦିନ।

ଆଉ ଏକ କଥା ସହୀ ଶୁଣ ଦେଇଣ ମତି

ବିଷ୍ଣୁ ଙ୍କ ଷଷ୍ଠ ଅବତାର ପର୍ଶୁରାମ ଜୟନ୍ତୀ

ଗୀତ ଗୋବିନ୍ଦ ରଚୟତା କବି ଶ୍ରୀ ଜୟଦେବ

ଆଜ ପରି ଶୁଭ ଦିନେ ଧରା ରେ ହୋଇ ଉଦ୍ଭବ

ଚରଣ ବନ୍ଦୁଛି ପ୍ରଭୁ ମୋର ପ୍ରଣାମ ଘେନ

କେଡେ ଶୁଭ ଅଟେ ଆଜ ଏ ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract