STORYMIRROR

ARUPANANDA NAYAK

Others

3  

ARUPANANDA NAYAK

Others

ମାଆ ସାରଳା

ମାଆ ସାରଳା

1 min
269


ଜୟ ତୁ ସାରଳା ମାଗୋ ଜୟ ବାକ୍ୟ ଦେବୀ

ଝଙ୍କଡ଼ ଗ୍ରାମର ମାଗୋ ଅଧିଷ୍ଠାତ୍ରୀ ଦେବୀ।।

ସତୀ ଵିଖଣ୍ଡିତ ରୂପରୁ ଜିଭ ଝଙ୍କଡ଼େ ପଡ଼ିତ

ଜିହ୍ୱା କ୍ଷେତ୍ର ରୁପେ ମାତେ ଜଗତେ ବିଖ୍ୟାତ।।

ବର୍ଣ୍ଣନା କରିବା ସହଜ ନୋହେ ତୋ ମହିମା

ଅଷ୍ଟଭୁଜା ଦେବୀ ମାଗୋ ଅପୁର୍ବ ସୁଷମା।।

ଖଡ୍ଗ ବଜ୍ର ଶୂଳ ବାଣ ଦକ୍ଷ କରେ ଧରି

ବାମେ ଢାଲ ମହିଷ ମୁଖ ଘଣ୍ଟି ଧନୁ ଆଦି ଧରି।।

ବେଲ ତୁଳସୀ ପତ୍ରରେ ତୋର ପୂଜା ମାତା

ମହିଷ ଅସୁର ମର୍ଦ୍ଦି ବୋଲାଉ ଜଗତଜିତା।।

ତୋତେ ପୁଜି ସିଦ୍ଧେଶ୍ବର ମୂର୍ଖ ରୁ ପଣ୍ଡିତ

ଆଦି କବି ବୋଲାଇ ଲେଖିଲେ କାବ୍ୟ ମହାଭାରତ।।

ଅଷ୍ଟମ ଚଣ୍ଡୀକା ମଧ୍ୟେ ଅଟୁ ତୁହି ଏକ

ରକ୍ଷା କରିଥିବ ମାଗୋ ଆମେ ତ ନିରେଖ।।

ତୋର ଦୟା ବଳେ ମାତା ଜିଣିବି ଜଗତ

ହୃଦ କୁସୁମ ଅଞ୍ଜଳି ଘେନ ଆଦି ମାତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍