STORYMIRROR

ARUPANANDA NAYAK

Others

3  

ARUPANANDA NAYAK

Others

ସନ୍ଧ୍ୟା

ସନ୍ଧ୍ୟା

1 min
262


କୁମାରୀ ବଧୁଏ ସଜ ହୋଇଲେ

ସଞ୍ଜ ତୀ ଧରି ଉଭା ଚଉରା ମୂଳେ

ବଉଳ ଲୋ

ମନୋବାଞ୍ଛା ପୁରଣ ଆଳେ

ବଉଳ ଲୋ।।


ଫେରିଲେଣି ପୂର୍ବ ଆକାଶୁ ରବି

ପଶ୍ଚିମରେ ଶୋଭା ଲୋହିତ ଛବି

ବଉଳ ଲୋ

ଦୂର ଦିଗବଳୟେ ରଶ୍ମିକୁ ସ୍ରାବି

ବଉଳ ଲୋ।।


ଅନ୍ଧାର ଘନେଇ ଆସିବ ଏବେ

ନିଜ ନିଜ ନୀଡ଼େ ଫେରି ବିହଗେ

ବଉଳ ଲୋ

ଦିବସ ଯାକ ଆଳସ୍ୟ ମେଣ୍ଟାଇବେ

ବଉଳ ଲୋ।।।


ପ୍ରକୃତି ଦିଶୁଅଛି ଶୋଭାମୟ

ଉଇଁ ଆସିଲେଣି କବି ତନୟ 

ବଉଳ ଲୋ

ନଭରେ ସର୍ଜନ ଦିଗ୍ ବଳୟ

ବଉଳ ଲୋ।।


ଏ ବେଳେ ରାତ୍ର ଦିବସ ମିଳନ

ଆଳସ୍ୟ ତୁଟାଇ ଦେବେ ପୂଜନ

ବଉଳ ଲୋ

ଭୋଜନେ ମୈଥୁନେ ହୁଅ ବିମନ

ବଉଳ ଲୋ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍