STORYMIRROR

ARUPANANDA NAYAK

Abstract

3  

ARUPANANDA NAYAK

Abstract

ସଚ୍ଚିଦାନନ୍ଦ ଜୟନ୍ତୀମଇ13

ସଚ୍ଚିଦାନନ୍ଦ ଜୟନ୍ତୀମଇ13

1 min
300


ଆହେ କବି ଗୁରୁ ବର ପୁରୋଧା କବି କୁଳ ର

ସଚ୍ଚିଦାନନ୍ଦ ରାଉତ ମାଟିର ଦ୍ରୋଣ

ମାଟିର ମହା କବି ସମୟ ର ସଭାକବି

ଆଦି ଅଟଇ ତୁମର ଶରଧା ନାମ

ହେ ଉତ୍କଳ କୋଳ ମଣ୍ଡନ

ଜନ୍ମ ଦିବସ ରେ ଘେନ କୋଟି ପ୍ରଣାମ। ।

ଉଣେଈଶଷୋହଳ ସନ ପବିତ୍ର ଆଜ ଏ ଦିନ

ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମେ ଜନମ

ସଦାନନ୍ଦ ରାଉତରା ହେମ ବତୀ ଦେବୀ ଗର୍ଭୁ

ଜନ୍ମିଲ ହେ ଯୁଗଜନ୍ମା ଏ ଧରା ଧାମ

ଦେହେ ଓଡ଼ିଆ ପ୍ରାଣ ବହି

ସାହିତ୍ୟ ରେ ଆଧୁନିକ ଛାପ କୁ ଦେଇ।

ସମାଜ ର ସ୍ଥିତି ଲାଗି ସାଧି ଅଛ ବୈରାଗୀ

ସ୍ଵାଧୀନ ଚେତନ ମୂଳକ ଗାଥା ସୃଷ୍ଟି

କଲ ଇଂରେଜ ବିରୋଧ ଉଚ୍ଚ ଶିକ୍ଷା ରୁ ବଞ୍ଚିତ

ସୃଜନ ରେ ଅରଜିଲ ଅମାପ କୀର୍ତ୍ତି

ବ୍ରିଟିଶ ସର୍କାର କୃତଘ୍ନ

କାରା ବରୀଅଛ ଗୁରୁ ବୀର ଦର୍ପେଣ।

ଅଭିଯାନ ଅଭିଜ୍ଞାନ ପାଣ୍ଡୁଲିପି ରକ୍ତଶିଖା

ହସନ୍ତ ପଲ୍ଲୀଶ୍ରୀ ଭାନୁମତିର ଦେଶ

ସ୍ୱାଗତ ବାଜିରାଉତ ପାଥେୟ ,ପୂର୍ଣ୍ଣିମା ଗୀତ

ସଂକଳନ କବିତାଦି ନାମ ବରଷ

ଏତେକ କବିତା ସୃଜନ

ପଞ୍ଚସ୍ତରୀ ବର୍ଷ ଧରି ସାହିତ୍ୟ ସାଧନ।

ରାଜା ପୁଅ,, ମଲା କଇଁ ମଶାଣିର ଫୁଲ ,,ଛାଇ

ହାଟ ର କାହାଣୀ,,ଆଙ୍ଗୁଠି,, ଆଦି ସର୍ଜନା

ମାଟିର ତେଜ,,ମାଙ୍କଡ , ହାତ ଆଦି ଗଳ୍ପ ହାର

କେତେ ଆଲୋଚନା ଆଉ ସମାଲୋଚନା

ଆତ୍ମ ଚରିତ କରି କଲମ

ରଚନା କରିଛ ଗୁରୁ ଉତ୍ତରକକ୍ଷ ନାମ।।

ପଦ୍ମଶ୍ରୀ ,ଉତ୍କଳ ରତ୍ନ, ଜ୍ଞାନପୀଠାଦି ଭୂଷଣ

ସମ୍ମାନନୀୟ ଡକ୍ଟରେଟଉପାଧି

କେନ୍ଦ୍ର ସାହିତ୍ୟ ଏକାଡେମୀ ସୋଭିଏତ ଲ୍ୟାଣ୍ଡ ନେହ୍ରୁ

ପୁରସ୍କାର ନିଅଣ୍ଟ ହେ ଜ୍ଞାନ ବାରିଧୀ

ସାହିତ୍ୟ ଭାରତୀ ସମ୍ମାନ

ବିଜୟୀ ଚରଣ ତଳେ କରେ ପ୍ରଣାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract