STORYMIRROR

ARUPANANDA NAYAK

Abstract

3  

ARUPANANDA NAYAK

Abstract

ସୀତା ଙ୍କ ଅଗ୍ନି ପରୀକ୍ଷା

ସୀତା ଙ୍କ ଅଗ୍ନି ପରୀକ୍ଷା

1 min
226


ଶ୍ରୀରାମ ଲକ୍ଷ୍ମଣ ଜନକ ଦୁହିତା ବସିଥିଲେ ଏକ ମେଳେ

ରାମ ଅବତାର ସାର୍ଥକ ର ବାର୍ତ୍ତା ଭାଳୁଥାନ୍ତି ସେହି ବେଳେ

ପ୍ରିୟା ବଇଦେହୀ,

ତୁମ ହରଣ ପରେ ରାବଣ ମରଣ ସମ୍ପାଦିଲେ ରାମ ତହିଁ।।

ସୀତା ତୁମେ ସତୀରେ ପ୍ରାଣସଂଗତି କଷ୍ଟ ପାଇବାଟା ହେଳେ

ସତୀ ଆନେ ସ୍ପର୍ଶ ହେବ ଅପଯଶ ଲାଗିବ ମୋ ରଘୁକୁଳେ

ପ୍ରିୟା ରେ ମୈଥିଳୀ,

ସତୀନାରୀ ରୂପେ ଭୂମିରେ ପ୍ରକଟୀ ରହିଯାଅ ଅଗ୍ନିକୋଳୀ ।।

ମାୟା ସୀତା ହୋଇ ରାବଣ ସାଥିରେ ଯିବଗୋ ସୁବର୍ଣ୍ଣ ପୁରେ

କିଛି କାଳ ଅନ୍ତେ ଉଦ୍ଧାର ନିମନ୍ତେ ଯିବି ତହିଁ ଲଙ୍କା ଆଳେ

ପ୍ରିୟା ରାମାବର

ତୋତେ ଉଦ୍ଧରିବି ସେଥୁ ମୋରବଳେ ଘେନି ଭଲ୍ଲୁକବାନର।।

ସେହି ପରକାରେ ଯତୀ ବେଶେ ରାକ୍ଷସ ଭୂମି ତନୟାଙ୍କୁ ହରେ

ରାବଣ ସଵଂଶ ନାଶି ରଣଧୀଶ ଲଙ୍କାରେ ବିଜୟ କଲେ

ସର୍ଵ ଆଗେ ପୁଛି

ନ ହୋଇ ବିସ୍ମିତ ଆଦେଶ ଦେଲେତ ନିଶ୍ଚିତେ ରଘୁକୁଳ ବତ୍ସୀ।।

ଆନଜନ ପାଶେ ରହିଲା ଜାନକୀ ବୋଲିବେ ଅଯୋଧ୍ୟା ନରେ

ସତୀତ୍ୱ ସମ୍ବନ୍ଧେ ଯୁକତି ବାଢ଼ିଣ ଅପନିନ୍ଦା ଦେବେ ହେଳେ

ଆରେ ପ୍ରିୟାଈଶ

ସତୀତ୍ୱ ପରୀକ୍ଷା ହୁଅ ତୁ ସତ୍ୱର ହୁତାସନ କୋଳେ ପଶ।।

ରାମ ମନେ ଭାଳି ମାୟା ସୀତା ଧରି ନେବେ ଅବା କି ସଙ୍ଗରେ

ଯୋଜନଗନ୍ଧାଙ୍କୁ ସ୍ୟନ୍ଦନେ ବସାଇ ନେବେତ ଅଯୋଧ୍ୟାପୁରେ

ଶ୍ରୀରାମ ସୁମରୀ

ଅଗ୍ନିରେ ପ୍ରବେଶି ସତୀତ୍ୱ ପରୀକ୍ଷା ଦେଲେ ସୀତା ସୁକୁମାରୀ ।।

ଜଳ ସମ ପ୍ରାୟ ଅଗ୍ନି ତେଜେ ସୀତା ସୁନ୍ଦରେ ଝଲ୍ସି ଉଠିଲେ

ସର୍ଵ ଜନ ତହିଁ ଦେଖି ଏତା ଦୃଶ୍ୟ ଜୟ ଜୟ କାର କଲେ

ଜୟ ସୀତାରାମ

ପ୍ରଭୁ ଲୀଳାମୟ ଲୀଳା ର ଆଳୟ ନେତ୍ର ଯୁଗଳେ ଦେଖିଣ।।

ଜନତା ତୁଣ୍ଡରେ କମ୍ପି ଉଠେ ନଭ ଜୟ ସୀତାରାମ ସୁରେ

ସେ ପବିତ୍ର ନାମ ହୃଦୟେ ଧାରିଣ ସର୍ବେ ଅଯୋଧ୍ୟା ବାହୁଡ଼ିଲେ

ଜୟ ରଘୁପତି

ଏଥେ ଆଜ୍ଞା ହେଉ ମନାସିବି ସଦା ରାଘବ ପାଦରେ ପ୍ରୀତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract