Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Others

3  

Jayashree Maharana

Abstract Others

ଦୁଇଦିନ ଏଇ ମଣିଷ ଜୀବନ

ଦୁଇଦିନ ଏଇ ମଣିଷ ଜୀବନ

1 min
254


ଦୁଇଦିନ ଏଇ ମଣିଷ ଜୀବନ

ଜନମ ମରଣ ମଧ୍ୟରେ ବନ୍ଦୀ

କାହିଁକିରେ ଧନ ଅବୁଝା ହେଉଛୁ

ସ୍ୱାର୍ଥ ମୋହମାୟା ଜାଲରେ ଛନ୍ଦି ।


ମାତୃକୋଳ ଛାଡି ଭୂମିରେ ପଡ଼ିଲୁ

ଦେଖିଲୁ ଦୁନିଆ ବେନି ନେତ୍ରରେ

ମରଣ ବେଳାରେ ମାଟିରେ ମିଶିବୁ

ଶୋଇବୁ ଯେବେ ତୁ ଚିରନିଦ୍ରାରେ ।


ଥିଲା ଭାରି ଭଲ ମିଠା ବାଲ୍ୟକାଳ

ନଥିଲା କପଟ ତୋର ମନରେ

ହସିଖେଳି ବୁଲି ଦିନ ବିତୁଥିଲା

ସାଙ୍ଗସାଥି ସହ ହସଖୁସିରେ ।


ଛୁଇଁଲା ଯୌବନ ଯୋଡିଲୁ ଜୀବନ

ଗଢ଼ିଲୁ ସଂସାର ଦାରା ସାଥିରେ

ପୁଅଝିଅ ପାଇଁ ଜଞ୍ଜାଳ ବଢ଼ିଲା

କରମ କରିଲୁ ପଡି ଲୋଭରେ ।


ମୋର ମୋର କହି ଖୁସି ଟିକେ ପାଇଁ 

ଭୁଲିଲୁ ବିବେକ ବିଚାର ଶକ୍ତି

ଅନ୍ୟାୟ ଅସତ୍ୟ ପଥରେ ଚାଲିଲୁ

ଆତ୍ମ ବଡିମାକୁ ଦେଖାଇ ନିତି ।


କାମନା ବାସନା ହୃଦୟେ ଆବୋରି

ପାଇଛୁ କି କହ ଜୀବନେ ଶାନ୍ତି

ଅରଜିଛୁ ଧନ ପ୍ରତିଦାନେ ମାନ

ମୃତ୍ୟୁ ଦଣ୍ଡାଦେଶୁ ହେବୁ କି ମୁକ୍ତି ?


କରିଛୁ ଯା କର୍ମ ପାଶୋରି ଯା ଧନ

ଧରମ କରିଯା ଶେଷ ବେଳରେ

ତୁଣ୍ଡେ ପ୍ରଭୁ ନାମ ଉଚ୍ଚାରଣ କର

ପାପ ନାଶ ହେବ ପଶ୍ଚାତାପରେ ।


Rate this content
Log in

Similar oriya poem from Abstract