ବର୍ଷା
ବର୍ଷା


ବର୍ଷା ଦିନେ ଯେବେ ପ୍ରବଳ ବର୍ଷା ରେ
ନଦୀ ଗର୍ଭ ପୂରି ଯାଇ,
ସୀମା ରେଖା ଲଙ୍ଘି କୂଳ ଲଙ୍ଘି ଯାଏ
ଘର ଦ୍ଵାରକୁ ଭସାଇ. ।
ହାହାକାର ଆଣେ ପଲ୍ଲୀ ଓ ନଗରେ
ପ୍ରତିଧ୍ୱନୀ ଯନ୍ତ୍ରଣାର ,
ବିପନ୍ନ ମୁଖରେ ଅନ୍ନ ଗଣ୍ଡାଏକ
ଦେବାକୁ ନ ଥାଏ କା 'ର. ।
ଶାତ ଦିନେ ଥଣ୍ଡା ସୀମା ଟପି ଯାଇ
ବିଯୁକ୍ତ ର ତାପମାତ୍ରା,
ମାନବ ଜୀବନ କଲବଲ କରେ
ନିଶ୍ଚିହ୍ନ ହୁଏ ତା' ସତ୍ତା ।
ଆବାଳ ବୃଦ୍ଧ ବନିତା ପ୍ରବଳ
ଥଣ୍ଡା ରୁ ବର୍ତ୍ତନ୍ତି ନାହିଁ '
ଜୀବନ ଯାତ୍ରା ତ ଶୋଚନୀୟ ହୁଏ
.ବର୍ଣ୍ଣିବାର ସାଧ୍ୟ ନାହିଁ ।
ମଧୁଅନ୍ତେ ଯେବେ ରଚେ ଅଭିନୟ
ଦାରୁଣ ନିଦାଘ କାଳ,
ସୁସ୍ଥେ ବଞ୍ଚିବାର ଆଶା ମଉଳଇ
ପ୍ରାଣ ହୁଏ କଲବଲ. ।
ଅଂଶୁଘାତ, ଝାଡ଼ା, ମିଳିମିଳା ସାଥେ
ହୋନ୍ତି ଯହଁୁ ଉପଗତ ,
ଯନ୍ତ୍ରଣାର ସୀମାରେଖା ଟପିଯାଏ
. କାଳ ବୈଶାଖୀ ଉତ୍ପାତ.&nbs
p;।
ପ୍ରକୃତିର ଭିନ୍ନ ଭିନ୍ନ ରୂପ ଯେବେ
ତାଣ୍ଡବ ରଚେ ଧରାରେ,
ମାନବ ସମାଜ ମେରୁଦଣ୍ଡ ଭାଙ୍ଗି
ଭିକ୍ଷୁକ ସଜାଏ ଦ୍ଵାରେ ।
ଏ ସବୁ ସୀମାରେଖା ପରେ ତ ଅଛି
ସହିବାର ସୀମାରେଖା ,
ସେହି ସୀମାରେଖା ଡେଇଁ ଗଲେ ନର
ହୁଏ ରାକ୍ଷସ ରେ ଲେଖା ।
କହିବାର ସୀମାରେଖା ଟପି ଯିଏ
ପ୍ରାଣରେ ଦିଏ ଆଘାତ,
ମଣିଷ ରେ ଗଣା ହୋଇ ସେ ନ ଥାଏ
ପଶୁ, ରାକ୍ଷସେ ସତତ. ।
କହିବା ତାତ୍ପର୍ଯ୍ୟ ଅଟେ ଏହି ବନ୍ଧୁ !
ଭଗବାନ ମଧ୍ୟ ଏହି
ସୀମାରେଖା ଯାଏଁ ଅପେକ୍ଷା କରନ୍ତି
ତା'ପରେ ଯା' କରେ ସାଇଁ ।
ପୁରାଣ ପୃଷ୍ଠାରେ ପଢ଼ିଛ ତ ସର୍ବେ
ଅବତାର ଧରି ହରି
ସଂହାରିଛନ୍ତି ତ କଂସ ଓ ରାବଣ
କୁରୁ ବଂଶ ଯେ ମୁରାରୀ ।
ଏଣୁ ନିବେଦନ ସବୁଥିରେ ସୀମା
ମଧ୍ୟେ ରହି ମିଳିମିଶି
ନିଜେ ବଞ୍ଚି ପୁଣି ଅନ୍ୟକୁ ବଞ୍ଚାଅ
କଥା ଯାହା ଅବିନାଶୀ ।
,