STORYMIRROR

Panchanan Jena

Abstract

4  

Panchanan Jena

Abstract

ଗୁପ୍ତଧନ

ଗୁପ୍ତଧନ

1 min
219


ରାସ୍ତାରେ ଅଛି ଗତି କମାଣ ସନ୍ତକ 

ସ୍ପିଡ ଲିମିଟ୍

ବ୍ୟାଙ୍କରେ ଅଛି ଟଙ୍କା ଉଠାଣ ବାଧକ

ମନି ଲିମିଟ୍ 

ପରୀକ୍ଷାରେ ଅଛି ସମୟ ନିର୍ଘଣ୍ଟ ଦ୍ୟୁତକ

ଟାଇମ୍ ଲିମିଟ୍


କିନ୍ତୁ ଚିନ୍ତା ଚିନ୍ତନରେ 

ଭାବନା ଶୋଚନାରେ 

ନୋ ଲିମିଟ୍

ଶୁନ୍ୟ ସୀମାରେଖା

ବନ୍ଦନୀ ରହିତ ଚିନ୍ତାଶିଖା ।


ସ୍ଵାଧୀନ ଚିନ୍ତନ କଥନ ଭାଷଣ

ନୈସର୍ଗିକ ମାନବାଧିକାର ଶୁଣ

ଜନ୍ମରୁ ଅଦ୍ୟ ଆରମ୍ଭ 

ଜୁଇରେ ଶେଷସ୍ତମ୍ଭ

ନାହିଁ ମେଘନାଦ ପାଚେରୀ 

କାହିଁ ଶୃଙ୍ଖଳ ତରବାରୀ ?


ସସୀମ ଅସୀମ ମନନ

ଅନନ୍ତ ଅନାଦି ମନ୍ଥନ 

ଆଣିଥାଏ ମଗଜକୁ

ସମାଧାନ ସୂତ୍ରପେଡ଼ି 

ସଫଳ ନିଦାନ ଘଡ଼ି

ମନ୍ତ୍ର ତନ୍ତ୍ର ପାଗୋଡି ।


ଭାବାନା ଆମର ହେଉ

ଆକାଶ ଛୁଆଁ

ବର୍ଣ୍ଣନା ଆମର ହେଉ

ସୁଆଦିଆ ଉଖୁଡ଼ା ମୁଆଁ

ବୋଧେ

ଏହା ହିଁ ଜୀବନର ଗୁପ୍ତଧନ ।


ଚିନ୍ତନରେ ବିବିଧ ବର୍ଣ୍ଣ।ଳୀ

ଭାବନାରେ ସମାଧାନ ପଟାଳୀ

ଭାଷଣରେ ବୀଣା ଝିଣା କାହାଳୀ

ମନନରେ ସକାରାତ୍ମକ ଚୈତାଳୀ


ଆସୁ ବସୁ କାଶୁ ମିଶୁ ହସୁ 

ପ୍ଳାବନ କରୁ ମାନବ ମନ ଅଗଣା

ଧନ୍ୟ ହେଉ ମଣିଷ ଜୀବନ ପାଉଣା ।


Rate this content
Log in

Similar oriya poem from Abstract