Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଜାଗର

ଜାଗର

1 min
279



ଫାଲ୍ଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀ

ଆସ ରହି ଉଜାଗର ।

ଜାଳିବା ଜାଗର ପ୍ରସନ୍ନ ହୋଇବେ

ପ୍ରଭୁ ଆଶୁତୋଷ ହର ।


ପ୍ରଭାତୁ ସ୍ନାନାଦି ନିତ୍ୟକର୍ମ ସାରି

ସଂକଳ୍ପ କରିବା ମନେ ।

ଆଶୁତୋଷ ହର ଜାଳିବି ଜାଗର

ଆଜି ନିଶି ଶୁଭ ଦିନେ ।


ଅହୋରାତ୍ର ଆଜି ଉପବାସ ରହି

ରହିବି ତୁମ ସେବାରେ ।

ଓଁ ନମଃ ଶିବାୟ , ଓଁ , ବଂ ବଂ

ଜପୁଥିବି ଆନନ୍ଦରେ  ।


ସଞ୍ଜ ନଇଁଗଲେ ପୁନଃ ସ୍ନାନ ସାରି

ଶିବ ମନ୍ଦିରକୁ ଯିବା ।

ପଞ୍ଚ , ଦଶ , ଷୋଡଶ ଅଥବା

ରାଜୋପଚାରେ ପୂଜା କରିବା।


ଆଶୁତୋଷ ହର ଦେବ ମହେଶ୍ବର

ଗିରିଜାଙ୍କ ପ୍ରାଣଧନ ।

ଜଳ ବେଲପତ୍ର ଦୁର୍ଦ୍ଦୁରା ଅରଖ

ଫୁଲେ ହୁଅନ୍ତି ପ୍ରସନ୍ନ ।


ଚାରି ପ୍ରହରର ପୂଜା ସମାପନ

କରି ରହି ଉଜାଗର ।

ସନ୍ଧ୍ୟା ପ୍ରହରରୁ ସାରା ରାତି ଆମେ

ଜାଳିବା ବସି ଜାଗର ।


ନିଶୀଥ କାଳରେ ମହାମୃତ୍ୟୁଞ୍ଜୟ

ମନ୍ତ୍ରକୁ ଜପ କରିବା ।

ପ୍ରସନ୍ନ ହୋଇବେ ଶାମ୍ବ ସଦାଶିବ

ପ୍ରସନ୍ନ ହୋଇବେ ଶିବା ।


ଧ୍ୟାନ ସ୍ତବ ସ୍ତୁତି ଶିବଙ୍କର ଆମେ

ପଢିବା ମନ ଲଗାଇ ।

ଆଶୁତୋଷ ଶିବ ପ୍ରସନ୍ନ ହୋଇବେ

ସନ୍ଦେହ ଟିକିଏ ନାହିଁ  ।


ମହାଦୀପ ଶିବ ମନ୍ଦିରେ ଉଠିବ

ନିଶ୍ଚେ କରିବା ଦର୍ଶନ ।

ପାରଣା କରିବା ସେ ଚତୁର୍ଦ୍ଦଶୀରେ

ହେବ ପାତକ ମୋଚନ ।


ଆଶୁତୋଷ ହର ହର ସଂସାରର

ଦୁଃଖ ଅଜ ମହେଶ୍ବର ।

ଢାଳୁଛୁ ପ୍ରଣତି ଶ୍ରୀପାଦେ ତୁମର

ସଂସାରୁ ଉଦ୍ଧାର କର ।


Rate this content
Log in

Similar oriya poem from Abstract