STORYMIRROR

LALIT MOHAN DASH

Abstract

4  

LALIT MOHAN DASH

Abstract

ମାଆ

ମାଆ

1 min
376


ଏ ଦୁନିଆ ଯେତେବେଳେ କହେ ଯାଆ

ଜଣେ ଡାକେ ଆ

ସହେଉଛି ମାଆ ସେ ହେଉଛି ମାଆ |

କୁ ପୁତ୍ର ଅଛନ୍ତି ଜଗତେ ଭରି

କୁ ମାତା ନାହାନ୍ତି କେହି

ଦଶ ମାସ ଧରିଗରଭ ବେଦନା

ସହି ପାରେ ଏକା ସେହି

ସେ ହେଉଛି ମାଆ ସେ ହେଉଛି ମାଆ |

ବାପାର ପାଖରେ ଥିଲେ ଲକ୍ଷେ ଟଙ୍କା

ପୁରେ ନାହିଁ ସିନା ପେଟ

ମାଆ କାନିରେ ବନ୍ଧା ଖୁଦ କଣିକା ରେ

ହୃଦ ହୋଇଯାଏ ତୃପ୍ତ

ସେ ହେଉଛି ମାଆ ସେ ହେଉଛି ମାଆ |

ମାଆ ମମତାର ସେନେହ ନଇଟେ

ମାଆ ମମତାର ଝର

ସୁଝି ପାରି ନାହିଁ ମାଆ ଋଣ କେହି

କବି ଅବା କଳା କାର |


Rate this content
Log in

Similar oriya poem from Abstract