STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଦିିବ୍ୟ ଦୀପାବଳି

ଦିିବ୍ୟ ଦୀପାବଳି

1 min
223


କାର୍ତ୍ତିକ ମାସର ଅମାବାସ୍ୟା ଆସେ

ଦୀପାବଳି ପର୍ବ ନେଇ ।

ଆସିବା ଆଗରୁ ଘରଦ୍ବାର ସବୁ

ସଫାସୁତୁରା ହୁଅଇ  ।୧।

ଦୀପାବଳି ପର୍ବ ଦିଦିନ ଆଗରୁ

ଧନ ତ୍ରୟୋଦଶୀ ଆସେ।

ଧନତେରସ ବୋଲି କହନ୍ତି ତାକୁ

ଆସି ସେ ଧନ ବରଷେ ।୨।

ସୁନା ରୂପା ଧାତୁ ବାସନ କୁସନ

ଝାଡୁ କିଣା କିଣି ହୁଏ ।

ଖାଦ୍ୟଶସ୍ଯ କିଛି କିଣା କିଣି କରି

ଘରେ ତା ସାଇତା ହୁଏ ।୩।

ଚାରିମୁହାଁ ଦୀପ ତିନିଦିନ ଜଳେ

ଯମରାଜଙ୍କର ପାଇଁ ।

ରାଶିତେଲ ଦେଇ ଦକ୍ଷିଣ ଦିଗରେ

ଏ ଦୀପଦାନ ହୁଅଇ ।୪।

ନରକ ଚତୁର୍ଦ୍ଦଶୀ ତା ପରଦିନ

ଅମାବାସ୍ୟା ତାହାପରେ ।

ସଞ୍ଜ ନଇଁ ଗଲେ ଦୀପଦାନ ଶ୍ରାଦ୍ଧ

ହୋଇଥାଏ ଘରେ ଘରେ। ୫।

ବଡ ବଡିଆଙ୍କୁ ଆଲୋକର ବତୀ 

ଆକାଶେ ଟେକି ଦେଖାଇ ।

ବିଦାୟ ଦିଅନ୍ତି ପୁରଜନମାନେ

ଆଲୋକ ହୁଳା ଦେଖାଇ ।୬।

ଦେଢ ମାସ ତଳୁ ଆଶ୍ୱିନ ମାସରୁ

ଆସିଥିଲେ ପିତୃଗଣ ।

ଫେରିଲେ ସରବେ ଦୀପାବଳିଦିନ

ପାଇ ଶ୍ରାଦ୍ଧ ତରପଣ ।୭।

ପିଠା ମିଠା ଆଉ ଆଲୋକ ପରବ

ନେଇ ଆସେ ଦୀପାବଳି।

ସଭିଏଁ ହୁଅନ୍ତି ହରଷ ମନରେ

ଜାଳନ୍ତି ଦୀପ ଆବଳି। ୮।

ତ୍ରେତା ଯୁଗେ ରାମ ରାବଣ ବିନାଶି

ଅଯୋଧ୍ୟା ଫେରିବା କାଳେ ।

ସ୍ବାଗତ କରିଲେ ପୁର ନରନାରୀ

ଦୀପାବଳି ତେଣୁ ଜଳେ ॥୯॥

ମାତା ଶ୍ୟାମାକାଳୀ ପୂଜନ ହୁଅଇ

ଦିବ୍ଯ ଦୀପାବଳି ନିଶି ।

କୃପାମୟୀ ତାଙ୍କ କରୁଣାର କଣା

ଦିଅନ୍ତି ସଦା ପରଶି ॥୧୦॥

ଅନ୍ଧକାର ନାଶେ ଆଲୋକ ପରବ

ମନରେ ଆଣେ ଉଲ୍ଲାସ ।

ସଂସ୍କୃତି ଆମର ସଂରକ୍ଷଣ କରି

ଦୀପଦାନ ଦେବା ଆସ ।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract