STORYMIRROR

Gopal Majhi

Abstract

4  

Gopal Majhi

Abstract

ପାହାଡ଼ ଓ ନଈ

ପାହାଡ଼ ଓ ନଈ

1 min
407

ପାହାଡ଼ କହେ ନଈଲୋ ନଈ

ଯାଉଛୁ କାହିଁ ବୋହି... II

              କେତେ ଦୂର ତୋ' ରହିଛି ଘର 

              ବାଟ ତୋ ସରୁ ନାହିଁ... II

କୁଳୁ କୁଳୁ ତୋ' ମଧୁର ସୁରେ

ଗାଉଛୁ କେତେ ଗୀତ... II

             କାହାକୁ ତୁହିଁ ନ ମଣୁ ଶତ୍ରୁ

             ସଭିଏଁ ତୋ'ର ମିତ... II

ଶୋଷିର ଶୋଷ ମେଣ୍ଟାଇ ଦେଇ

ଚାଲୁ ତୁ ଆଗ ହୋଇ... II

            କି ଭେଦ ଭାବ ଧନୀ ଗରିବ

            ଚାହିଁନୁ କେବେ ତୁହିଁ... II

ନାହିଁ ତୋ' ଦେହେ ହିଂସା ଓ ଗର୍ବ

କ୍ରୋଧ ଯେ ଅହଂକାର... II

             ଜଗତ ପାଇଁ ସଭିଁଙ୍କୁ ତୁହିଁ

             କରିଛୁ ଆପଣାର.... II

ତୋ'ରି ପାଇଁ କୃଷକ ଭାଇ

କରୁଛି କେତେ ଚାଷ... II

               ଖାଉଛୁ ବସି ସୁଖରେ ସେହି

               କେତେ ବରଷ ମାସ... II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract