STORYMIRROR

Gopal Majhi

Children Stories

4  

Gopal Majhi

Children Stories

ଛୋଟ ମୋର ଗାଁ ଟି

ଛୋଟ ମୋର ଗାଁ ଟି

1 min
260

ଏ ମର୍ତ୍ତ୍ୟ ଭୁବନେ ବୈକୁଣ୍ଠ ସମାନ

ଅଟେ ମୋର ଛୋଟ ଗାଁ ଟି

ବାଳୁତ କାଳେ ମୋର ବିତିଛି ତା' କୋଳେ

        ରଖିବି ତାହାରି ନାଁ ଟି I


ମାଟି ନୁହେଁ ସେ ତ ଅଟେ ମାତୃଭୂମି

ଜନନୀ ପରି ସେ ନିଜର

ତା'ର ଜହ୍ନରାତ୍ରି, ଯାନି-ଯାତ୍ରା ଆଦି

    ଲାଗଇ କେତେ ସୁନ୍ଦର I


ବୈଶାଖ ଆସିଲେ ହସେ କୃଷ୍ଣଚୂଡ଼ା

ନାଲି ପାଟ ଶାଢ଼ୀ ପିନ୍ଧି

ଆମ୍ର ତୋଟା ମାଳେ କୋଇଲି ଗୀତରେ

     ମନ ହୋଇଯାଏ ବାନ୍ଧି।

ଶ୍ରାବଣ ମାସରେ ଝରଇ ବରଷା

ଆନନ୍ଦେ ଉଛୁଳେ ଚାଷୀ।


ଶରତ ଆସିଲେ କାଶତଣ୍ଡୀ ଫୁଟେ

      ଶୁଭେ ଘଣ୍ଟ ହୁଳହୁଳି

ଗ୍ରାମଦେବତୀଙ୍କ ଆରାଧନା ପାଇଁ

ସଜାନ୍ତି ପୂଜାର  ଥାଳି।


ଶୀତର ପ୍ରଭାତେ କାକର ବିନ୍ଦୁରେ

  ଗାଁ' ମୋ ଲାଗଇ ନିଆରା

ଗ୍ରାମ୍ୟ -ପଥପୋରେ ସଭିଏଁ ଏକାଠି

ଜମାନ୍ତି ଗପ ପସରା।

 

ବସନ୍ତ ଆସନ୍ତେ ବାସଇ  ବଉଳ

    ଚଉଦିଗ ମହାକାଇ

ଭ୍ରମର ଉଡ଼ଇ ଫୁଲରୁ ଫୁଲକୁ

ଏଣୁତେଣୁ ଗୀତ ଗାଇ।


ଯା' ଜଳ ସମୀର ମଳୟ ଚନ୍ଦନ

  ତା' କୋଳେ ଜନମ ମୋର

ଯା'ର ଲୋକକଥା କଣ୍ଠେ ଦେଲା ଭାଷା

ସେହି ମୋର ସ୍ୱର୍ଗପୁର I

                

                   

                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍