STORYMIRROR

Gopal Majhi

Abstract Children Stories

3  

Gopal Majhi

Abstract Children Stories

ମୋ ବାପା

ମୋ ବାପା

1 min
132

ଉପରେ ରାଗନ୍ତି ଗାଳିବି ଦିଅନ୍ତି

ଭିତରେ ପାଆନ୍ତି ଭଲ

ତାଙ୍କ ସେହ୍ନ ତାଙ୍କ ଶ୍ରଦ୍ଧା ଆଶୀର୍ବାଦ

ମୋ ପାଇଁ ଅମୂଲ ମୂଲ

ମୋ' ବାପା... ମୋ ଦିଅଁ ଦେବତାଙ୍କ ତୁଲ... II


ହାତ ଧରି ମୋତେ ଚାଲି ଶିଖାଇଲେ

ଦେଖାଇଲେ ଭଲ ବାଟ

ଭଲ ମଣିଷ ମୁଁ ହେବାପାଇଁ ସିଏ

ସହିଛନ୍ତି କେତେ କଷ୍ଟ

ତାଙ୍କ ପାଇଁ ମୋର ଏ ଜୀବନ ସଦା

ଆଲୋକରେ ଝଲମଲ 

ମୋ' ବାପା... ମୋ ଦିଅଁ ଦେବତାଙ୍କ ତୁଲ... II


ତାଙ୍କ ପାଦ ଧୂଳି ମଥାରେ ମୁଁ ବୋଳି

ସବୁଠି ପାରୁଛି ଜିତି

ବାପା.. ଥିଲେ ପାଖେ ଝଡ଼ ତୋଫାନକୁ

ନଥାଏ ମୋ ତିଳେ ଭିତି

ତାଙ୍କରି ଆଶିଷେ ଜଣାପଡେ ନାହିଁ

ଚଲାପଥେ ଖମାଖାଲ

ମୋ' ବାପା... ମୋ ଦିଅଁ ଦେବତାଙ୍କ ତୁଲ... II



ବାୟୁ ହୋଇ ବାପା ନିଶ୍ୱାସରେ ମୋର

ବିଶ୍ୱାସ  ଦିଅନ୍ତି ଭରି

ପାଣି ହୋଇ ମୋର ଶିରା ପ୍ରଶିରାରେ 

ବୁହନ୍ତି ରକତ ପରି

ମୋ' ମଥାରେ ବାପା ହାତ ବୋଳି ଦେଲେ

କଣ୍ଟା ବି ପାଲଟେ ଫୁଲ

ମୋ' ବାପା... ମୋ ଦିଅଁ ଦେବତାଙ୍କ ତୁଲ... II


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract