STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଉତ୍କଳ ଦିବସ

ଉତ୍କଳ ଦିବସ

1 min
13


ଧ୍ଵଂସ ହେଉଥିଲା ଓଡ଼ିଆ ଭାଷାଟି

ଉତ୍କଳ ମାଟିରେ ଦିନେ

କେତେକେତେ ଦିକୁ ଲୁଟିବାକୁ ଯାଇ

ପ୍ରଚାର କରନ୍ତି ଭିନ୍ନେ।

କିଏ କହୁଥିଲା ଓଡ଼ିଆ ଭାଷାଟା

ଭାଷା ପରି ଲାଗୁନାହିଁ

କିଏ କହୁଥିଲା ବଙ୍ଗଳା ଭାଷାରେ

ମିଶାଇ ଦେଉନ କାହିଁ?

ବଡ଼ ଚର୍ଚ୍ଚା ଦିନେ ଓଡ଼ିଆ ଭାଷାକୁ

ଧ୍ଵଂସ କରିବାରେ ମଗ୍ନ

ଏକତା ଅଭାବେ ଅସ୍ତ ହେବ ଜାଣି

ଠିଆ ହେଲେ କେଇ ଜନ।

ପ୍ରଥମ ପାହାଚେ ଠିଆ ହେଲ ଆସି

ହେ ମଧୁସୂଦନ ଦାସ

ହାତକୁ ଧରିଲେ ଆଉ କେତେ ତୁଙ୍ଗ

ନେତା ଆସି ତାଙ୍କ ପାଶ।

ଫକୀର ମୋହନ ରାଧାନାଥ ରାୟ

ଗୌରୀଶଙ୍କର ଆସି

ତା ସହିତ ଥିଲେ ଗୋପବନ୍ଧୁ ଦାସ

ଗଙ୍ଗାଧର ହୋଇ ଖୁସି।

ଅକ୍ଲାନ୍ତ ଶ୍ରମ ହିଁ ବ୍ୟର୍ଥ ହେଲା ନାହିଁ

ସଂଗ୍ରାମ ରହିଲା ଜାରି

ନିନ୍ଦୁକ ହିଂସୁକ ଯେତେ ରହିଥିଲେ

ହୃଦୟକୁ ଦେଲ କୋରି।

ଆଉ କେତେକେତେ ସଂଗ୍ରାମୀ ଯୁବକ

ହାତକୁ ମିଳେଇ ଦେଲେ

ବଙ୍ଗଳା ଭାଷାର ପ୍ରଚାର ଅଥବା

ପ୍ରଚାରକ ଲୁଚି ଗଲେ।

ମୁଣ୍ଡ ଟେକି ଠିଆ ରହିଲା ଓଡ଼ିଆ

ଭାଷା ଆମ ମହୀତଳେ

ଯାହାର ଶଦ୍ଦକୁ ଉଚ୍ଚାରଣ କରି

ବଞ୍ଚିଅଛୁ କାଳବଳେ।

ଅମର ସଂଗ୍ରାମୀ ଘେନ ପୁଜାଫୁଲ

ଦେଖନ୍ତୁ ନିଜକୁ ଭାବି

କେମିତି ଆଜି ବି ଧ୍ଵଂସର ପଥରେ

ଯାଉଛି ଏ ଭାଷା ରବି।

ପ୍ରଣାମ ଗ୍ରହଣ କରନ୍ତୁ ସଭିଏଁ

ଆଜିର ଦିନରେ ମୋର

ତୁମ ପରି ମୁହିଁ କରି ପାରିବିନି

କେବଳ ଆଖିରେ ଝର।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract