STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନୂଆ ଭାରତର ନୂତନ ହୋଲି

ନୂଆ ଭାରତର ନୂତନ ହୋଲି

1 min
26


ରଙ୍ଗ ପର୍ବ ବୋଲି କହୁଛି ଜଗତ

ବିଜୟ ସତ୍ୟର ଯହିଁ,

ପାଉଁଶ ନିଆଁରେ ହୋଲିକା ଜଳିଲା

ଜୀଏଁ ପ୍ରହଲ୍ଲାଦ ତହିଁ !!


ଅସତ୍ୟ ଦୂର ଟି ସତ୍ୟର ରଙ୍ଗରେ                

ଲେପନ କରି ସର୍ବାଙ୍ଗ

ଭୁଲି ଜାତି ଭେଦ ଏକତ୍ରିତ ହୋଇ

ଖେଳିବାରେ ଦିବ୍ୟ ରଙ୍ଗ !!


ଭୁଲି ହିଂସା ଭାବ ରଖି ସମଭାବ

ଖେଳିବା ଆମେରେ ହୋଲି

କଳା ଧଳା ନାଲି ନୀଳ ବାଇଗଣୀ

ଲେପି ଥିବା ବଲି ବଲି !!


ମୁଖେ ଗୁଞ୍ଜୁ ଥିବ କୃଷ୍ଣ ରାମ ରାମ

ସର୍ବାଙ୍ଗ ରଙ୍ଗେ ରଞ୍ଜିତ

ଅନୁପମା ଦୃଶ୍ୟ ମର୍ତ୍ତ୍ୟର ପୁରରେ

କରୁଅଛି ପ୍ରଫୁଲ୍ଲୀତ !!


ଅଯୋଧ୍ୟା ଭୁବନେ ଦିବ୍ୟ ବାଲ୍ୟରୂପ

ଦେଖି ଗାଇ ରାମ ନାମ

ଦିବ୍ୟ ହୋଲି ପରା ଅମୃତ କାଳର

ମୁଖେ ଗୁଞ୍ଜେ କୃଷ୍ଣ ରାମ !!


କାଶୀ ବୃନ୍ଦାବନ ଖେଳୁ ଛନ୍ତି ହୋଲି

ରାଧା କୃଷ୍ଣ ଶୁଭେ ସ୍ବନ୍ନ

ରାଧାସଙ୍ଗେକୃଷ୍ଣ ହୋଲି ଖେଳି ଥିଲେ 

ଫଗୁଣ ପୂର୍ଣ୍ଣିମା ଦିନ !!


ରହିଛି ମହତ୍ତ୍ଵ ହୋଲିର ବହୁତ

ଦେଉଛି ପ୍ରେମକୁ ଯୋଡ଼ି

ମୈତ୍ରୀ ଭାବ ହୁଏ ଜାଗ୍ରତ ହୃଦରେ

ସ୍ନେହ ପ୍ରୀତି ଦିଏ ମୋଡି !!


ଶତ୍ରୁତା କୁ ଭୁଲି ଶ୍ରଦ୍ଧା ପ୍ରୀତି ମୈତ୍ରୀ

ଅଙ୍କୁରିତ ମନୁଷ୍ୟରେ

ନୂଆ ଭାରତର ନୂଆ ଅନୁଭୂତି

ଭରି ଯାଏ ହୃଦୟରେ !!


ରଙ୍ଗ ପର୍ବ ଆସେ ବରଷକେ ଥରେ

ଖୁସି ଓ ଆନନ୍ଦ ଭରି

ରଙ୍ଗମୟ ହୁଏ ପବିତ୍ର ଧରଣୀ

ରଙ୍ଗର ନୈବେଦ୍ୟ ଧରି !!


ସେ ରଙ୍ଗ ପଡ଼ିଲେ ପାପ ପିଣ୍ଡ ପରେ

ହୁଏ ସତ୍ୟର ସୃଜନ 

ଅଜ୍ଞାନ ତିମିର କରି ଦିଏ ନଷ୍ଟ

ଭରି ଯାଏ କର୍ମ ଜ୍ଞାନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract