STORYMIRROR

Kalandi pal

Abstract Inspirational

4  

Kalandi pal

Abstract Inspirational

ନଈ ସେ ପାରୀ କନକ ଗୋରି

ନଈ ସେ ପାରୀ କନକ ଗୋରି

1 min
25


ମନେ ମନେ ଭଲ ପାଉଥିଲି କେତେ କହି ନ ପାରିଲି ଦିନେ

ତୁମେ ଚାହୁଁଥିଲ ମୁଁ ଚାହୁଁଥିଲି ଚାହାଁଣୀରେ ଉପବନେ 

ଆଖି ମିଶିଥିଲା ମନ ମିଶିଥିଲା ହୃଦୟ ବି ମିଶିଥିଲା

ତୁମେ ହସୁଥିଲ ମୁଁ ହସୁଥିଲି ହସରେ ହିଁ ପ୍ରେମ ହେଲା ।।


ଗୋଲାପ ଫୁଲର ପାଖୁଡ଼ା ଧାରରେ ଲେଖିଥିଲି ତୁମ ନାଆଁ

ନଈ ସେ ପାରି ମୋ କନକ ଗୋରୀ ଲୋ ଅକାଳେ ବହିଲା ବାଆ

ତୁମେ ଚାଲିଗଲ ହୋଇ ଆଉ କା,ର ହୃଦୟେ ଲଗାଇ ନିଆଁ

ସେ ନିଆଁରେ ପୋଡ଼ି ପାଉଁଶ ହେଲେବି ଭୁଲିନି ତୁମର ନାଆଁ ।।


ସୁରଜ ଉଇଁଲା ସକାଳ ତ ହେଲା କାକଳି ସ୍ୱନ ବି ଥିଲା

ହେଲେ ତ ନ ଥିଲା ତୁମ ମିଠା କଥା ଚାହାଣୀ ପ୍ରେମ ପିଆଲା

ଖୋଜି ଖୋଜି ଗଲି ଫୁଲ ବଗିଚାରେ ହୋଇ ପ୍ରେମେ ମତୁଆଲା

ହସିଲା ଗୋଲାପ କଣ୍ଟା ବୃନ୍ତ ଧାରେ ବିଦ୍ରୁପ ବି ମୋତେ କଲା ।।


ତଟସ୍ଥ ହୋଇଲି ଫେରି ମୁଁ ଆସିଲି ଭାବନା ନନ୍ଦନ ବନୁ

ରଙ୍ଗୀନ ଦୁନିଆଁ ଫିକା ପଡ଼ିଗଲା ଦେଖ ପ୍ରିୟା ତୁମ ବିନୁ

ଦେଲ ସିନା ଭାଙ୍ଗି ଘର ଟିଏ ଏଠି ଗଢ଼ିଲ ଆଉ କା ଘର

ସେଇ ଭଙ୍ଗା ଘରେ ବସି ମୁଁ ଭୂଲିନି ତୁମ ମୁହଁ ହସ ଧାର ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract