STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ସୁରୁଜ ଉଇଁଲେ

ସୁରୁଜ ଉଇଁଲେ

1 min
17

ସୂରୁଜ ଉଇଁଲେ..... ପୁରୁବ ଆକାଶେ....

ସିନ୍ଦୁରା ଫାଟିଯାଏ...... ସୁନେଲି ଆଭା......

ସଜ ମଲ୍ଲୀଫୁଲ....... ମାଳଟିଏ ଗୁନ୍ଥି......

ସଜେଇ ଦେବି ମୁଁ.... ଅଳସ ଗଭା.....। (ଘୋଷା )

ରାତିର କାକର....... ଭିଜା ପଣତର......

ମୁକ୍ତା ଝରା ବନଫୁଲ....... କଅଁଳ ପତର

ପାହାନ୍ତି ପହର ନିଶା...... ମନରେ ଭରିଛି ଆଶା

ସୂରୁଜ ଉଇଁଲେ ଦିଗ...ହଜା ମଳୟ ର......।

ମଧୁର କାକଳୀ ସ୍ୱର..... ପ୍ରୀତି ଫଗୁଣର ଡୋର

ପରଶରେ ମଧୁ ମାସ..... ପାହାନ୍ତି ସପନ

ଚୋରା ଚଇତାଳି.......ହୁଏ ନିଉଛାଳି

ସୂରୁଜ ଉଇଁଲେ........ ଜୀବ ଅନୁକ୍ଷଣ......।

ସକାଳ ରୁ ସଞ୍ଜ...  ଜୀବନ ଗାଉଛି......

ସାଥୀ ସୂରୁଜ........... ରଥ ବାହୁଛି...   

ପୁରୁବ ପଶ୍ଚିମ.... ଏଇତ ଜୀବନ.......

ସମୟ ର ଡାକ........ ସରିଯାଉଛି.......।

ବହଳ ରାତିର ନିଦ...... ସପନ ର ଶବ୍ଦ ଭେଦ

ପାହାନ୍ତି ପହର କୁ...... ନିରେଖି ଅଛି......

ଫୁକିଆ ତାରାର...... କାହାଣୀ ସରେନା......

ଲେଖିବାକୁ ମନ... ଚାହିଁ ବସିଛି.......।(ଘୋଷା )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract