STORYMIRROR

Gopal Majhi

Children Stories

4  

Gopal Majhi

Children Stories

ମୋ ମାଆ

ମୋ ମାଆ

1 min
415

ଆକାଶଠୁ ଉଦାର ଯା' ହୃଦୟ ମନ୍ଦିର

ସାଗରଠୁ ଗଭୀର  ଯା' ମମତାର ଦୁଆର ... II


ମହୁଠାରୁ ମିଠା ଲାଗେ କଥା ତାର କୁହୁକ

ଦିବାରାତ୍ରି ଭୁଲିଯାଇ ଦୁଃଖ ସହେ ଅନେକ...II


ସୀମାହୀନ ସେହ୍ନ ତା'ର ଶ୍ରଦ୍ଧା ଲାଗେ କୁସୁମ 

ହସ୍ତ ତା'ର ଶିରେ ଥିଲେ ପାରିହୁଏ ଦୁର୍ଗମ... II


ମାଆର ନାମଟି ଅଟେ ଅମୃତର ଭଣ୍ଡାର

ଦୁନିଆଁରେ ଆଉ ଯାହା ଲାଗେ ସମ ଜହର... II


ସ୍ୱାର୍ଥ ନାହିଁ ନିସ୍ଵାର୍ଥ ସେ ଅନ୍ଧ ତା'ର ମମତା

ଅହଂକାର ନାହିଁ ମନେ ତେଣୁ ସେ ଜଗତଜିତା... II


ପଖାଳରେ ଶାନ୍ତି ତା'ର ଚାହେଁ ନାହିଁ ସ୍ୱାଦିଷ୍ଟ

ସନ୍ତାନର ଦୁଃଖ ଦେଖି ପାଏ ସଦା ସେ କଷ୍ଟ... II


ସୁନା ରୂପା ଗହଣାରେ ରଖେ ନାହିଁ ସରାଗ

ଝାଟି ମାଟି ଘରେ ରହି ମଣୁଥାଏ ସରଗ...II


କେଉଁ ପଦାର୍ଥରେ ସ୍ରଷ୍ଟା ଗଢିଛନ୍ତି ତାହାକୁ

ଧନ୍ୟ ସେହି ସ୍ରଷ୍ଟା ପୁଣି ଧନ୍ୟ କରେ ମାଆକୁ... II


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍