STORYMIRROR

Gopal Majhi

Abstract

4  

Gopal Majhi

Abstract

ଚିଠିରେ... ଚିଠିରେ...

ଚିଠିରେ... ଚିଠିରେ...

1 min
260

ଆଖିର ଲୋତକରେ

ଲେଖିଛି ମୁଁ ଚିଠି

ଦେଇ ହୃଦୟର ରଙ୍ଗ...

ତୁମ ଶୂନ୍ୟତାକୁ

ସହି ମୁଁ ପାରୁନି

ସହୁଛି ଖାଲି ବ୍ୟଙ୍ଗ... I1I


ଭୁଲି ମୁଁ ପାରୁନି

ଭୁଲି ପାରିବିନି

ତୁମ ସ୍ୱପ୍ନ ଭିଜା କଥା

ପ୍ରତିଟି ମୁହୂର୍ତ୍ତ

ପାଉଛି ଆଘାତ

ଘୁରି ମୋ ଯାଉଛି ମଥା... I2I


କାହିଁ କେତେ ଦିନୁ

ରହିଗଲ ଦୂରେ

ମୋ କଥା କି ମନେ ନାହିଁ

ତୁମ ଶୂନ୍ୟତାକୁ

ଖୋଜୁଛି ମୁଁ ଆଜି

ଲୋତକ ଦୁଇଟୋପା ଦେଇ...I3I


ଦେଇଥିଲ ସ୍ୱପ୍ନ

ନୟନେ ଅନେକ

ଉଡିଯିବା ସାଥୀ ହୋଇ

ତୁମରି ସ୍ମୃତିକୁ

ସାଇତି ରଖିଛି

ପ୍ରତୀକ୍ଷାର ଅନ୍ତ କାହିଁ... I4I


ଅତୀତ ପୃଷ୍ଠାକୁ

ଉନ୍ମୋଚନ କରି

ଜାଣିନି କି ଲାଭ ଅଛି

ତଥାପି ମୁଁ ଖୋଜେ

ତୁମକୁ କାହିଁକି

ଯନ୍ତ୍ରଣାରେ ମରୁଅଛି... I5I


ତୁମେ ଦେଇଥିବା 

ଅସୁମାରୀ ସ୍ୱପ୍ନ

ସ୍ମୃତି ହୋଇ ରହିଗଲା

ତୁମ ଭାବନାର

ମଧୁର ସଂଗୀତ

ଫୁଲ ହୋଇ ଝଡିଗଲା I6


ମୋର କିନ୍ତୁ ଏ

ନିରବ ପ୍ରତୀକ୍ଷା

ଅନ୍ତ କେବେ ହେବ ନାହିଁ

ଫେରିବା ପଥକୁ

ରହିଥିବି ଚାହିଁ

ମରିକି ଜୀଇଁବି ମୁହିଁ... I7I


ସବୁ କଥା ଲେଖି

ହୁଏନା ଜୀବନେ

କିଛି ରହିଯାଏ ବାକି

କିଛି ସ୍ମୃତି ପୁଣି

ଭୁଲି ହୁଏ ନାହିଁ

ମନେ ରହିଥାଏ ଆଙ୍କି... I8I


ଭୁଲ ଥିଲେ ଠିକ

କରିଣ ପଢିବ

ଦୋଷ ଥିଲେ କ୍ଷମା ଦେବ

ଦେଇଥିବା କଥା

ନିଶ୍ଚୟ ରଖିବ

ଚିଠି ପାଇ ଚିଠି ଦେବ I9


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract