STORYMIRROR

Gopal Majhi

Children Stories

3  

Gopal Majhi

Children Stories

ବନ୍ଧୁତା

ବନ୍ଧୁତା

1 min
216

ହାତକୁ ହାତ ମିଶାଇ ଦେଇ

ହୋଇବା ଆମେ ବନ୍ଧୁ...II

           ମନକୁ ମନ ମିଶାଇ ଦେଇ

            ଲଙ୍ଘିବା ସପ୍ତ ସିନ୍ଧୁ... II

ମନ ଭିତରେ ଅଳିଆ ଥିଲେ

ବନ୍ଧୁତା ହୁଏ ନାହିଁ... II

             ବିଶ୍ୱାସ ରଖି ମନ ଭିତରେ

             ହାତରେ ହାତ ଦେଇ... II

ବିଶ୍ୱାସ ଆମେ ହାରିବା ନାହିଁ

ଜୀବନେ କରି ପଣ... II

             ଜୀବନ ଯୁଦ୍ଧେ ଜିତିବା ଆମେ

              ରଖିବା ପଣ ଟାଣ... II

ଭଲ ମନ୍ଦରେ ସୁଖ ଦୁଃଖରେ

ଥିବା ଯେ ପାଖେ ପାଖେ... II

              ହୃଦୟ ଖୋଲି ହୋଇବା କଥା

               ଗ୍ଲାନି ନ ରଖି ମୁଖେ.... II

ଭୁଲିବା ନାହିଁ ପର କଥାରେ

ଜୀବନେ ଥିଲା ଯାଏଁ ... II

              ନ ପାରି ସହି ଖଳୁଆ ଲୋକ

               ଦୁର୍ନାମ ଯେବେ ଗାଏ... II

ବନ୍ଧୁ ପରିକା ବନ୍ଧୁ ହୋଇବା

ଦେଖିବେ ସବୁ ଜନ... II

               ଦେଶ ମାତୃକା ସେବା କରିବା

               ନ କରି ଛୋଟ ମନ... II


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍