Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopal Majhi

Children Stories

3  

Gopal Majhi

Children Stories

ମୋ' ପିଲାବେଳ

ମୋ' ପିଲାବେଳ

1 min
129


ମୋ' ବାଳୁତ କାଳର ଧୂଳିଘର

ନିଜଠୁ ବେଶି ସେ ଆପଣାର... I

 

ସବୁଜିମା ଭରା ବୃକ୍ଷଲତା

ଯାହା ସହ ହେଇଛି ମୁଁ କେତେ କଥା... 


ବରଷା  ବେଳର ସେ ଶୀତଳ ପବନ

ସାରୁ ବୁଦା ମୂଳରୁ ଶୁଭେ ବେଙ୍ଗୁଲିର ଗର୍ଜନ... I


କେତେ ଯେ କାଗଜ ଡ଼ଙ୍ଗା କରିଛି ତିଆରି

ବରଷା ବେଳରେ ଭସେଇଛି ମନ ଭରି... I


ଶୀତୁଆ ପ୍ରଭାତେ ସବୁ ପିଲା ମେଳ ହୋଇ

ଦାଣ୍ଡ ପହଁରିବାକୁ ଯାଉ ଆଗେଇ ଆଗେଇ... I


ରଜ, କୁମାରପୂର୍ଣ୍ଣିମା ଯେବେ ହେଉଥିଲା

ଆମ ପାଇଁ ଖୁସିର ବାରତା ଆଣୁଥିଲା... I


ଫଗୁ ଦଶମୀ, କଥା ମନେ ପଡ଼ିଯାଏ

ରଙ୍ଗ ଖେଳରେ ସତେ ଦିନ ବିତିଯାଏ... I


ଗାଇ ଗୋଠରୁ ଲେଉଟାଣି ଯାଏ

ଗାଁ ଦାଣ୍ଡରେ  କ୍ରୀଡା  ଚାଲିଥାଏ... I


ପାହାଡ଼ କୋଳରେ ବହିଯାଏ ଛୋଟ ନଈ  

ବଣଭୋଜି କରୁ ସବୁ ସାଙ୍ଗ ମେଳହୋଇ... I


ଆଜି ଅଛି ଗାଁ' ହେଲେ ନାହିଁ ସେହିଦିନ

ଗାଁ' କୁ ଦେଖିଲେ ମୁଁ' ଖୋଜେ ମୋର ପିଲାଦିନ... I


ଆଜି ନାହିଁ  ଅଜାଙ୍କର ସେହି ମିଠା ଗାଳି

ଦେହରୁ ଝାଡ଼ି ଦିଅନ୍ତି କେତେ ବାଲି ଧୂଳି... I


ଆମ୍ବ ଠୁ, ତେନ୍ତୁଳି ଯାଏଁ କେତେ ଯେ ଆଚାର

ଲୁଚି ଲୁଚି ଖାଇଛି ମୁଁ ' ଯେ ବାରମ୍ବାର... I


ନୟନୁ ବହିଯାଏ ମିଠା ଲୁହଧାର

ପ୍ରତି ମୁହୂର୍ତ୍ତ ରେ ତାକୁ ଖୋଜେ ବାରମ୍ବାର... II 


  


Rate this content
Log in