Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopal Majhi

Children Stories

4  

Gopal Majhi

Children Stories

ମାତୃଭାଷା : ଓଡ଼ିଆ

ମାତୃଭାଷା : ଓଡ଼ିଆ

1 min
354


ମୁଁ ଓଡ଼ିଆ ମୋ' ଭାଷା ଓଡ଼ିଆ

ଅତି ସରଳ ଓ ଅତି ମଧୁର

ଭାଷା ମଧ୍ୟରେ ଯେ ଅଟଇ ସାର

ମହାନ ଅଟଇ ନାମଟି ତା'ର I


ମାଆ କୋଳେ ଯେବେ ଜନମ ହେଲି

କୁଆଁ କୁଆଁ ହୋଇ ରାବ ଛାଡ଼ିଲି

ଏ ମାଟି ପବନ ପରଶ ପାଇ

ଧୀରେ ଧୀରେ ମୁଁ ଚାଲି ଶିଖିଲି I


ଓଡ଼ିଆ ମାଟିର ଓଡ଼ିଆ ଭାଷା

ପୂର୍ଣ୍ଣ କରିଦିଏ ସବୁ ଭରସା

ସୁପ୍ରାଚୀନ ଆଉ ସୁଲଳିତ ସେ

ମହାନ ଅଟେ ମୋ' ମାତୃଭାଷା I


ମୁଖରେ କଣ୍ଠରେ ମୋ ମାତୃଭାଷା

ମନର ଭାବନା ପ୍ରକାଶ କଲି

ସଭିଙ୍କ ମନକୁ ହରିବା ପାଇଁ

ମଧୁର ବଚନେ ଭାଷା କହିଲି I


କେତେ ଯେ କବି ପୁଣି ଗାଳ୍ପିକ

ରଚନା କରିଲେ ଗୀତ ନାଟକ

ଚମ୍ପୁ ଚଉପଦୀ କାବ୍ୟ ମହାକାବ୍ୟ

ବର୍ଣ୍ଣନା କରିଲେ ମହାନାୟକ I


ପଞ୍ଚସଖା କବି ଲେଖିଲେ ପୁରାଣ

ଦେଇ ଛାନ୍ଦ ଆଉ ଅଳଙ୍କାର ମାନ

ସାରଳା ଦାସଙ୍କ ମହାଭାରତ

ସମୃଦ୍ଧ ହୋଇଲା ଭାଷାର ପୁଣ I


ମୋ' ଭାଷାରେ ଥାଏ କେତେ ମହକ

ସୁଉନ୍ନତ ଆଉ ଲାଗେ ଅମୃତ

ଡାଡି ମମ୍ମି ଶବ୍ଦ ବିଦେଶୀ ଭାଷା

ଆଦର ନଥାଏ ସେହି ଭାଷା ତ I


ଉଚ୍ଚ ହେବା ପାଇଁ କର ଯେ ମନ

ଉଚ୍ଚ କର ଆଗେ ଭାଷାକୁ ପୁଣ

ମୋ ଭାଷା ସବୁଠାରୁ ମହାନ

ରଖିବାରେ ଆମେ ତା'ର ସମ୍ମାନ I

   


Rate this content
Log in