ମୋ' ଭଉଣୀ
ମୋ' ଭଉଣୀ
1 min
136
ଆମେ ଦୁଇ ଭାଇ ଗୋଟେ ଭଉଣୀ
ଚିଡ଼ାଚିଡି ହେଉ ଚୋର ଚୋରଣୀ... I
ଚିଡ଼େଇବା ଆମ ଅଭ୍ୟାସଗତ,
ସେଥିପାଇଁ ଲାଗେ ମହାଭାରତ... I
ବିଶ୍ୱ ଯୁଦ୍ଧ ପରି ଆମର କଳି,
ବିଚରା ତକିଆ ପଡନ୍ତି ବଳି... I
ଯଦି ଆମେ ତିନି ଏକାଠି ଥାଉ,
ଚିଲେଇକି ଘର ଫଟେଇ ଦେଉ.. I
ଭଉଣୀ ସାଙ୍ଗରେ ନକଲେ କଳି,
ଖାଇବା ଭଲରେ ହୁଏନି ଗିଳି... I
କଳିରେ ଲୁଚିଛି ଭଲ ପାଇବା,
ଆମକୁ ଭରସା ମାମା ଓ ବାବା... II