STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ହୋଲିରେ ହୋଲି

ହୋଲିରେ ହୋଲି

1 min
11


    ହୋଲିରେ ହୋଲି

ବର୍ଷକରେ ଥରେ ଆସିଛ ବୋଲି

ସଜେଇ ହେଉଛି ସକଳ ପ୍ରକୃତ

  ଧର୍ମ ଆଉ କର୍ମ ନ ଯାଇ ଭୁଲି।


     ହୋଲିରେ ହୋଲି

ବିଶ୍ଵ ଦରବାର ଆକୁଳ ମନେ

ଚାହିଁକି ରହିଛି ଦିପାଳୀ ସଜେଇ

ଭକ୍ତି ଆଉ ପ୍ରେମେ ରହିଛି ଧ୍ୟାନେ।


     ହୋଲିରେ ହୋଲି

ଭୁଲି ଯିବା ଆମେ ଜାତି ଓ ଗୋତ୍ର

ଧର୍ମ ସମ୍ପ୍ରଦାୟ ତୁଚ୍ଛ କରିଦେବା 

 ସଭିଙ୍କୁ କୋଳେଇ କରିବା ମିତ୍ର।


     ହୋଲିରେ ହୋଲି

ଭାଇଚାରା ହେବା ପ୍ରତି ମାନବ

ଆନନ୍ଦେ ଖେଳିବା ଅବିର ଲଗେଇ

ଚାହିଁ ରାଧାକୃଷ୍ଣ ପ୍ରେମର ଭାବ।


     ହୋଲିରେ ହୋଲି

ଝିଅର ଗାଲରେ ବାପା ଲଗେଇ

ଖୁସି ହେଉଥିବ ସ୍ୱର୍ଗୀୟ ପ୍ରେମରେ

ରାଧା ପାଦପଦ୍ମେ ଭକ୍ତିକୁ ଥୋଇ।


     ହୋଲିରେ ହୋଲି

ମାଆ ଲଗେଇବ ପୁଅର ଦେହେ

ପିଚକାରୀ ମାରି ଭୂମିରେ ଗଡ଼ିବେ

ଆଈ ନାତିଆର ପ୍ରେମରେ ମୋହେ।


     ହୋଲିରେ ହୋଲି

ଜୀବନ ସଙ୍ଗୀତ ଗାଇବା ପାଇଁ

ଦୌଡିକି ଆସିଛି ଏ ହୋଲି ପର୍ବଟି

ରଙ୍ଗରେ ଯେମିତି ଦେବ ଭିଜେଇ।


     ହୋଲିରେ ହୋଲି 

ରାଧା ଓ କୃଷ୍ଣଙ୍କୁ ଦେଖିବା ପାଇଁ

ଚାତକ ପରାଏ ଚାହିଁ ରହିଅଛୁ

ଆମେ ମାନବ କି ବଞ୍ଚିବୁ କେହି?


      ହୋଲି ହୋଲି

ସାରା ବିଶ୍ଵ ଆଜି ରଙ୍ଗ ପର୍ବକୁ

ପାଳନ କରୁଛି ସାମର୍ଥ୍ୟକୁ ଧରି 

ଧନୀ ଓ ଦରିଦ୍ର ଧୋଇ ପାପକୁ।


     ହୋଲିରେ ହୋଲି

ରାଧାକୃଷ୍ଣ ତୁମେ ଦେଖିବା ହେଉ

ପ୍ରେମରେ କେମିତି ଗଡ଼ି ଯାଉଅଛୁ

ଭାଇଚାରା ପର୍ବ ଝଟକୁ ଥାଉ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract