STORYMIRROR

Debabrata Mishra

Abstract

4  

Debabrata Mishra

Abstract

ଅନୁଭବହୀନ

ଅନୁଭବହୀନ

1 min
24


ଶରୀର ଅଛି, ଶରୀରେ ପ୍ରାଣବାୟୁ ଅଛି

ପ୍ରାଣରେ ଏକ ମନ ଓ ଏକ ହୃଦୟ ଅଛି

ହେଲେ ସେ ମନରେ ଦୟା ନାହିଁ କ୍ଷମା ନାହିଁ

ହୃଦୟରେ ହୃଦୟକୁ ଚାହିଁବାକୁ ଭାବ ନାହିଁ

ଆବେଗହୀନ ଅନୁଭବହୀନ ମଣିଷଟେ ମୁହିଁ, 


ବୁଦ୍ଧି ଅଛି କିନ୍ତୁ ବୁଦ୍ଧିରେ ନାହିଁ ଜମା ଚତୁରତା

ବିନା ହଳଦୀ ରଙ୍ଗେ ସରଳତାର ସନ୍ତୁଳାଟେ

ତରକାରୀ ଅଛି ଏ ଜୀବନ ରୋଷେଇଶାଳେ

ଲୁଣ, ହଳଦୀ, ଲଙ୍କା ଅଛି ମସଲାଟିକେ ନାହିଁ

ରୂପ ଅଛି ମୁହଁରେ, ବୟସରେ ସେ ରଙ୍ଗ ନାହିଁ, 


ମନ ପାଇଁ ନାହିଁ ମନ ଆକର୍ଷିତ ହେବା ଇଛା ନାହିଁ 

ନାହିଁ ଆକର୍ଷିତ କରିବାର ଉଦ୍ଦେଶ୍ଯ ଓ କାରଣ

ସର୍ବନିମ୍ନ ଆବଶ୍ଯକତା ପେଟ ପାଇଁ ଅଛି ଭୋକ

ଲୁହ ଅଛି ମୋହ ଅଛି ଶୋକ ଅଛି ସୁଖ ନାହିଁ

ପଥରଟିଏ ମୁଁ ସତେକି ମୋର କିଛି ଅନୁଭବ ନାହିଁ,


ଭରସା ଅଛି ବିଶ୍ବାସ ଅଛି ପରମପିତା ପ୍ରଭୁଙ୍କ ଉପରେ

ହେଲେ ଏ ନାସ୍ତିକ ମନେ ଭାବ ଓ ଭକ୍ତି ଜମା ନାହିଁ

କଣ୍ଟାକୁ ଚିହ୍ନିଛି ବୋଲି ଫୁଲ ବାସ୍ନା ଆଉ ଜାଣେନାହିଁ

ସମୟ ଦେଇଛି ଠକି, ଇଛା ଓ ଆଗ୍ରହ ସବୁ ନିଲାମ

ନିଷ୍ଠୁର ହୃଦୟରେ ମିଠା ଗୀତପାଇଁ ଆଉ ଆଶା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract