STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ରଙ୍ଗର ପର୍ବ ଆସିଛି ହୋଲି

ରଙ୍ଗର ପର୍ବ ଆସିଛି ହୋଲି

1 min
13


ରଙ୍ଗର ପର୍ବ ଆସିଛି ହୋଲି ଆମ ଗାଆଁକୁ

ଅଶି ବର୍ଷୀୟା ବିଧବା ଆଈ ନିନ୍ଦେ ଭାଗ୍ୟକୁ।

ବିଧବା ସିଏ ଅଳ୍ପ ବୟସୁ ଜୀବନେ ତାର

ଭାଗ୍ୟରେ ଥିଲା ଦୁଃଖ ପାଇବା ଝରିଲା ଝର।

ସ୍ବାମୀ ସେ ପୁରେ ସୁଖରେ ଅବା ଦୁଃଖରେ ଥିବ

ଏ ପୁରେ କିନ୍ତୁ ନିତି ହିଁ ନିଜେ କେତେ କାନ୍ଦିବ।

କାମ ନ କଲେ ଖାଇବା ମୋଟେ ମିଳେ ହିଁ ନାହିଁ

ଗୁହାଳ ପୋଛା ଦାଣ୍ଡ ଦୁଆର ଓଳାଏ ଚାହିଁ।

ନିତି ଡାକୁଛି ରାଧାମାଧବ କିଆଁ ଜୀବନେ 

ଦୁଃଖର ହାଟେ ଆଉ କି ସୌଦା ଅଛି ମୋ ପ୍ରାଣେ?

ଆମ ଗାଆଁକୁ ରଙ୍ଗର ପର୍ବ ଆସିଛି ହୋଲି

ମନ ଲାଗୁନି କାମ କରିବା ବସିଛି ଖାଲି।

ଦୂରରୁ ଦେଖି ରଙ୍ଗର ଖେଳ ଆତ୍ମ ବିଭୋର

ନିଜର ଭାଗ୍ୟେ ନାହିଁ ତ ମୋଟେ ଖାଏ ଜହର।

ଲୁହ କୋହରେ ଗୁହାଳ ମଧ୍ୟେ ବସିଛି ଚାହିଁ

ହଠାତ୍ ମୁହିଁ ଆସି କହିଲି ଆଲୋ ଲୋ ଆଈ?

ରଙ୍ଗକୁ ବୋଳି ପାଦକୁ ଛୁଇଁ ମୁଣ୍ଡିଆ ମାରି

ଆଖିର ଲୁହ ପୋଛିବା କାଳେ କୁଣ୍ଢାଇ ଧରି।

ସୁଖରେ କାନ୍ଦି କହିଲା ଆଈ ଜୀବନ ଧନ୍ୟ

ତୋ ଦେହେ ବୋଳି ସନ୍ତୋଷ ହେଲି ପାଇଲି ପୁଣ୍ୟ।

ମରିବା ନିଶା ଆଜିଠୁ ହେଲା ନାତିରେ ଶୁଣ

ଆଗକୁ ଯେବେ ବନ୍ୟା କି ବାତ୍ୟା ଆସିବ ଜାଣ।

ସେହି ଦିନ ହିଁ ମୃତ୍ୟୁ ମୋ' ହେବ ରଙ୍ଗ ରଖିଲି

ଏହି ରଙ୍ଗ ହିଁ ଆର ପାରିକୁ ଅପେକ୍ଷା କଲି।

ସତକୁ ସତ ଅଦିନ ମେଘ ତକ୍ଷଣେ ଆସି

ଆଈର ଘର କାନ୍ଥ ଭୂମିରେ ପଡିଲା ଖସି।

ଆଈଙ୍କ ଦେହେ କାନ୍ଥ ପଡ଼ିଲା ସବୁ ହିଁ ଶେଷ।

ମୁହିଁ କାନ୍ଦିଲି ଜାଣି ଥିଲି ତା' ମୃତ୍ୟୁ କାହାଣୀ

ରଙ୍ଗର ପର୍ବ ହୋଲି ବାଜିଲେ ଦେହର ଠାଣି।

ହୋଲିରେ ବୋଲି ତୁମେ ସ୍ବର୍ଗ ନା ନର୍କ ମହୀରେ

ଆଈଙ୍କ ଆଜି ଜୀବନ ନେଲ କିଆଁ ସେ ପୁରେ ?

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract