STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନୂଆ ନୂଆ ଲାଗେ ହୋଲି

ନୂଆ ନୂଆ ଲାଗେ ହୋଲି

1 min
22


ନୂଆ ଭାରତର ଅମୃତ କାଳର

ନୂଆ ନୂଆ ଲାଗେ ହୋଲି

ଆତ୍ମନିର୍ଭରର ଶାସନ ରାଷ୍ଟ୍ରର

ହୋଲି ଆସେ ଝୁଲି ଝୁଲି !!

ନୂଆ ନୂଆ ଲାଗେ ହୋଲି


ଦିଶେ ମୋନଲୋଭା ଗାଆଁ ସାହି ଶୋଭା 

ଆନନ୍ଦିତ ଦେଖି ମନ 

ସମଭାବ ପ୍ରୀତି ଶାସନର ନୀତି                              

ଆସୁ ଅଛି ଶୁଭ ଦିନ !!

ରାମଙ୍କ ହୁଏ ପୂଜନ


ନାହିଁ ଚାଳ ଘର ଗାଆଁରେ ରାଷ୍ଟ୍ରର

ସବୁ ହୋଇଅଛି କୋଠା

ଗାଁ ଅବା ସହର ଦିଶୁଛି ସୁନ୍ଦର

ଶାସନର ପରାକାଷ୍ଠା !!

କର୍ତ୍ତବ୍ୟ କର୍ମର ନିଷ୍ଠା


ରାମରାଜ୍ୟ ପରି କର୍ତ୍ତବ୍ୟକୁ ଧରି

ଶାସନ ହୁଏ ରାଷ୍ଟ୍ରର

ନାହିଁ ଜାତିଭେଦ ଶାସନ ଅଭେଦ୍ୟ

ଗାଆଁରେ ହୋଲି ଏଥର !!

ଗ୍ରାମୀଣ ଖୁସି ଅପାର


ପୁରୁଣା ହଜିଛି ସ୍ବାଧୀନ ମିଳିଛି

ଆତ୍ମନିର୍ଭରଟି ଗାଆଁ

ଶିକ୍ଷିତ ହେଉଛି କୀର୍ତ୍ତିକୁ ଆଣୁଛି

ସାର୍ଥକ କରୁଛି ନାଆଁ !!

ଉଠୁଛି ଉନ୍ନତି ଧୂଆଁ


ଖେଳୁ ଅଛିହୋଲି ପୂର୍ବ କଥାଭୁଲି

ଖୁସିର ନାହିଁ ଠିକଣା

ବାଳକ ବାଳିକା ରଙ୍ଗ ଖେଳୁ ଛନ୍ତି

ଦେଉଛି ନୂଆ ପ୍ରେରଣା !!

ରାମଙ୍କ ହେଲା କରୁଣା


ଗାଆଁ ଆଜି ପରା ସାଜିଛି ସହର

ନୂଆ ନୂଆ ଲାଗୁଅଛି

ଯୁଗ ବଦଳିଛି ସମୟ ଆସିଛି

ପୁରୁଣା ହଜି ଯାଇଛି !!

ନୂତନ ଏବେ ଦିଶୁଛି


ଗାଆଁ ହୋଲି ପରା ପ୍ରୀତିର ପସରା

ପ୍ରେମଶ୍ରଦ୍ଧା ଭରି ଅଛି

ନୂଆ ଅନୁଭୂତି ନୂଆ ନୂଆ କୀର୍ତ୍ତି

ଦୀର୍ଘ ବର୍ଷରେ ଲେଖୁଛି !!

ଡିଜିଟାଲ ଯେ ହୋଇଛି


ଘର ଘର ବତୀ ବିଜୁଳିର ଜ୍ୟୋତି

ଶୌଚାଳୟ ଘର ଘର

ନୂଆ ରାସ୍ତା ଘାଟ ଘର ଘର ଜଳ

ବ୍ୟବସ୍ଥା ଏ ଶାସନର !!

କରେ ପ୍ରଧାନ ଆମର


ନୂତନ ଉମଙ୍ଗ ଖୁସିରେ ସର୍ବାଙ୍ଗ

ନୂଆହୋଲି ନୂଆ ସଙ୍ଗ

କାଦୁଅ ମାଟିର ହୋଲି ନାହିଁ କାର

ଅଵିରେ ଭୂଷିତ ଅଙ୍ଗ !!

ନୂଆ ଭାରତର ରଙ୍ଗ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract