Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

4  

Sarojini Mishra

Abstract

ବିରାଜିତ ହୁଏ ବସନ୍ତ ରାଜ

ବିରାଜିତ ହୁଏ ବସନ୍ତ ରାଜ

1 min
376



ବିରାଜିତ ହୁଏ ବସନ୍ତ ଧରାରେ

ଧରଣୀ ଯେ ହରା ଭରା

ମୁୁହଁ ଲୁଚାଇଲା ଶୀତ ଋତୁ ପରା

ମଳୟ ବାଆ ବହିଲା ।


ବିରାଜିତ ହେଲା ବସନ୍ତ ରାଜ ଯେ

ପୁଷ୍ପ ମାନଙ୍କର ଭିଡ଼

ଧରଣୀ ରାଣୀର ନବ ଉନ୍ମାଦନା

କୁସମେ କରେ ସ୍ଵାଗତ ।


ବିରାଜିତ ହେଲା ବସନ୍ତ ରାଜ ଯେ

ବର୍ଣ୍ଣ ବର୍ଣ୍ଣାଳୀର ଥାଟ

ସୁଷମା ମଣ୍ଡିତ ଧରଣୀ ରାଣୀ ଯେ

ସବୁଜ ଶୋଭା ମଣ୍ଡିତ ।


ବିରାଜିତ ହେଲା ବସନ୍ତ ରାଜ ଯେ

ଧରାରେ କୁସୁମ ମେଳା

ଜୁଇ, ଜାଇ, ହେନା, କାଞ୍ଚନ, ମାଳତୀ

ମାଧବୀ,ଅପରାଜିତା ।

ପଳାଶ କୁସୁମ ଦିଶେ ଅନୁପମ

କେତକୀ ସଜ ହୋଇଛି

ପ୍ରତୀକ୍ଷାର ଅନ୍ତ ହୋଇଛି ତାହାର

ଜାଗର ମେଳା ଆସିଛି ।


ବିରାଜିତ ହୁଏ ବସନ୍ତ ରାଜ ଯେ

ପାଦପ ପତ୍ର ମଣ୍ଡିତ

ମଳୟ ପବନେ ଦୋହଲି ଦୋହଲି

କରୁ ଅଛି ଯେ ସ୍ୱାଗତ ।


ବିରାଜିତ ହୁଏ ବସନ୍ତ ରାଜ ଯେ

ଆମ୍ବ ବଉଳ ବାସ୍ନାରେ

ଆମ୍ବ୍ର କୁଞ୍ଜେ ପରଭୃତ କୁହୁ ତାନ

ଜନ ମନ ହରୁ ଥାଏ ।

ମତୁଆଲା ହୋଇ ଭୂମର ଭ୍ରମୁଛି

ପ୍ରଜାପତିଙ୍କର ଭିଡ଼

ଅପୂର୍ବ ଆଭାରେ ପ୍ରକୃତି ମଣ୍ଡିତ

ଛୁଟେ ମହକର ସ୍ରୋତ ।


ହଳଦୀ ବସନ୍ତ ଆନମନା ହୋଇ

ନୀଡ ପାଇଁ ତତପର

ମାତୃତ୍ଵ ସ୍ୱପ୍ନରେ ଅଥୟ ହେଉଛି

ମନେ ଆନନ୍ଦର ଝର ।


ବିରାଜିତ ହୁଏ ବସନ୍ତ ରାଜ ଯେ

ଷଡ଼ଋତୁଙ୍କର ରାଜା

ସଙ୍ଗେ ଆଣି ଆସେ ଜାଗର ଜାତରା

ଆଣେ ଦୋଳ ହୋଲି ଖେଳା ।

ରାଧାକୃଷ୍ଣଙ୍କର ଫଗୁ ଖେଳେ ମନ

ଆନନ୍ଦେ ମଗନ ହୁଏ

ଶ୍ରୀରାମ ନବମୀ ଭକତି ବରଷେ

ଆଧ୍ୟାତ୍ମର ଧାରା ଛୁଟେ ।


ବିରାଜିତ ହୁଏ ବସନ୍ତ ରାଜ ଯେ

ଧରା ସୌନ୍ଦର୍ଯ୍ୟ ମଣ୍ଡିତ

ବିପୁଳ ଆଭାରେ ସୌନ୍ଦର୍ଯ୍ୟ ବିଭାରେ

ପ୍ରକୃତି ରାଣୀ ମଣ୍ଡିତ ।

ବିରାଜିତ ହୁଏ ବସନ୍ତ ରାଜ ଯେ

ସନ୍ତୁଳିତ ପରିବେଶ

ଗରମ, ବରଷା , ଶୀତ ଅର୍ନ୍ତହିତ

ସ୍ୱତନ୍ତ୍ର ବସନ୍ତ ଭାବ ।

   


Rate this content
Log in

Similar oriya poem from Abstract