STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ଶୋଇଛେ ଅନ୍ଧ ହୋଇ, ନିଜ ସ୍ୱାର୍ଥରେ

ଶୋଇଛେ ଅନ୍ଧ ହୋଇ, ନିଜ ସ୍ୱାର୍ଥରେ

1 min
273


ଦୁଃଖ ଲାଗେ ଇତିହାସକୁ ଦେଖିଲେ

ଅନ୍ୟାୟ ଶିଖାରେ ଜର୍ଜରିତ,

ପୃଥିବୀର ପୃଷ୍ଠଭୂମିକୁ ନେଇ,

ନ୍ୟାୟବାନକୁ ଯୁଗେ ଯୁଗେ 

ଅଗ୍ନି ପରୀକ୍ଷା ଦେବାକୁ ପଡେ,

ନ୍ୟାୟବାନ ବ୍ୟକ୍ତିର ବିରୁଦ୍ଧେ,

ସୃଷ୍ଟ ହୁଏ ଅନେକ ଶତ୍ରୁ,

ପ୍ରତିଷ୍ଠିତ ସମାଜକୁ ଅନ୍ଧ ଭାବେ 

ଯାବୁଡି ଧରିଥିବା ଲୋକ ମାନଙ୍କ ଦ୍ୱାରା,

ଶେଷରେ ଅବଶ୍ୟ ବିଜୟ ସତ୍ୟର ହୁଏ,

ଏହା ଏକ ଚିରନ୍ତନ ସତ୍ୟ,

ନିରାଶା ହତାଶାର ନାହିଁ ସ୍ଥାନ,

ଲୁହ ଗଡେଇଲେ ଦୁଃଖ ହୁଏନା ଦୂର

ସଂଗ୍ରାମ ବିନା କାହାର ନାହିଁ ତ ସ୍ଥିତି |


ଧର୍ମାନ୍ଧ, ମତାନ୍ଧ, କୁସଂସ୍କାରକୁ ଯାବୁଡି

କହେ ଦରବୃଦ୍ଧି, ବେରୋଜଗାର,

ଅନ୍ୟାୟ ଓ ଅତ୍ୟାଚାର,

ତା ପାଇଁ ଭାରି ସୁନ୍ଦର,

ହୋଇଥାଉ ପଛେ 

କାହା ପାଇଁ ଲୁହର ବୃଷ୍ଟି,

ଯାଏ ତ ସମୟ ବିତି,

ନିରାଶା ମୁହଁ ମଣିଷ ସମାଜରେ,

ହତାଶରେ ଡାକୁଛେ ଆହେ ଲକ୍ଷ୍ମୀ ପତି,

ଆହେ ଦୟାମୟ ବିଶ୍ଵ ବିହାରୀ, 

ଶଙ୍କଟୁ କର ପାରି

କର ହେ ଦୟା,

ବିଶ୍ଵରୁ ହଟାଅ ଅନ୍ୟାୟ |


ଜୀବନ ଯାଉଛି କଷ୍ଟରେ, 

କୃଷକ ଓ ଶ୍ରମିକର,

ହୃଦୟରେ ତାର ଉଦ୍ଭାସିତ ହୁଏ,

ଜୀବନ ଜିଇବାର ଗନ୍ଧ,

ସମାଜ ଚାଲେ ତାର ପରିଶ୍ରମ,

ତାର ଅପେକ୍ଷା ତ ନହୋଇବ ଅନ୍ତ,

ନହୋଇବ ମିଛ ତାର ସ୍ବପ୍ନ,

ଭୁଲୁଛେ ଆମେ, ସେ ଥିଲେ ଆମେ ଥିବା |


ବାହା ଶେଷେ ବେଦୀ ମୁହଁ ପୋଡା ପରି,

ଭୋଅଟ ପାଇ ଶାସକ ଭୁଲିଛି,

କୃଷକ ଶ୍ରମିକକୁ ଦେଇଥିବା ପ୍ରତିଶ୍ରୁତି,

ପୁଞ୍ଜିପତିର ଗୋଡାଣିଆ ହୋଇ ଭୁଲିଛି,

ସେ ବି ଭୁଲିଛି ଚିରନ୍ତନ ସତ୍ୟକୁ,

ସୃଷ୍ଟି ସିନା ରହିଲେ ସେ ସ୍ରଷ୍ଟା ବୋଲାଇବ |


ପୃଥିବୀର ଭବିଷ୍ୟତ,

କେବେ ଅନୁକୂଳ କେବେ ପ୍ରତିକୂଳ,

ଠିକ ଆଜି ବି ଆମେ ଓ ତୁମେ ସମସ୍ତେ,

ଅନ୍ଧ ନିଜ ସ୍ୱାର୍ଥରେ,

ଜାଗ୍ରତ ନହୋଇ ନିଦ୍ରା କୋଳେ ଶୋଇଛେ,

କେହି ଆସୁନା ଆଗକୁ, 

ଆସିବକି କେବେ ଅନ୍ୟାୟର,

ପୂର୍ଣ୍ଣଛେଦ ଟାଣିବାକୁ? |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract