STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଇଛା ହୁଏ

ଇଛା ହୁଏ

1 min
372

ଯେତେ ଦେଖୁଥିଲେ ମନ ପୁରେ ନାହିଁ

ଇଛା ହୁଏ ଆଉ ଥରେ ଦେଖିବାକୁ,

ଯେତେ ଗାଉଥିଲେ ତୁମରି ବନ୍ଦନା

ଇଛା ହୁଏ ଆଉ ଥରେ ଗାଇବାକୁ।।୦।।


ତୁମେ ଅଛ ବୋଲି ଏ ଜୀବନ ଅଛି

କରମେ ମରମେ ତୁମକୁ ଲୋଡ଼ିଛି

ତୁମ ଜ୍ଞାନ ସାଜୁ ଆଖିର ଅଞ୍ଜନ

ତୁମ ନାମ ହେଉ ମୋ ମନୋରଞ୍ଜନ

ଯେତେ ନମୁ ଥିଲେ ଶ୍ରୀପାଦ ପଙ୍କଜେ

ଇଛା ହୁଏ ଆଉ ଥରେ ନମିବାକୁ।। ୧।।


ସଂସାର ଜଞ୍ଜାଳ ସବୁ ମାୟା ଘନ

ଭ୍ରମରେ ପଡ଼ି ମୁଁ ହୁଏ ହୀନିମାନ

ତୁମେ ଯେବେ ଉଇଁ ଆସ ଚିଦାକାଶେ

ରୁଦ୍ଧ ପଥ ଫିଟେ ତୁମରି ପ୍ରକାଶେ

ଯେତେ ବି ହଜିଲେ ତୁମ ଚିନ୍ତନରେ

ଇଛା ହୁଏ ଆଉ ଥରେ ହଜିବାକୁ।।୨।।


ମନ କଥା ଯେବେ ତୁମକୁ କହିଛି

କଥା ମୋ ରଖିଛ ମୋ ମନ ଜାଣିଛି

ହାରିବସେ ଯେବେ ଜୀବନ ଯୁଦ୍ଧରେ

ସାଜିଛ ପ୍ରେରଣା ବିଭିନ୍ନ ରୂପରେ

ଯେତେ ବି ଢାଳିଲେ ପାଦେ ଅଶ୍ରୁ ଧାର

ଇଛା ହୁଏ ଆଉ ଥରେ ଢାଳିବାକୁ।।୩।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract