STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସେଇ ସମୟ ତ ଥିଲା

ସେଇ ସମୟ ତ ଥିଲା

1 min
187

ଜୀବନର ବାଇଶି ପାହାଚରେ

ବୟସର ଧୂଳି ସବୁ ଗଡିଚାଲେ

ସମୟର ଉତ୍ତରା ପବନେ,

କିଛି ଯାଏ ବଡଦାଣ୍ଡେ ଉଡ଼ି

କିଛି ଉଡ଼େ ଶୁନ୍ୟରେ ଶୁନ୍ୟରେ

କିଛି ପାଦେ ଲାଖି ଯାଇ

ଝରିପଡ଼େ ରତ୍ନ ସିଂହାସନେ। 


ସମୟର ଇଶାରାରେ 

ରେଣୁର ଏ ବିବର୍ତ୍ତନ ପରେ

କେମିତି ବା ଭୁଲିବ ସେ

ରୂପାନ୍ତରିତ ଜୀବନର ଭବିତବ୍ୟ ରୂପ,

ସେଇ ସମୟ ତ ଥିଲା ତାର

ଅତୀତର ମହେଞ୍ଜୋଦାରୋ ପୃଷ୍ଠରେ

ହଜି ଯାଇଥିବା ସଭ୍ୟତାର ଛାପ।


Rate this content
Log in

Similar oriya poem from Abstract