STORYMIRROR

Priyaranjan Biswal

Abstract Others

3  

Priyaranjan Biswal

Abstract Others

ବାନ୍ଧବୀ ସେ ମୋର...

ବାନ୍ଧବୀ ସେ ମୋର...

1 min
224


ବହୁଦିନ ଧରି ଯାହା

         ଥିଲା ପ୍ରତିକ୍ଷିତ।

ଆଜି ହଠାତ୍ ତାହାର

          ଘଟିଲା ଯେ ଅନ୍ତ।।


ଶୁଣିଲା କର୍ଣ୍ଣ ମୋର ତା'

            ମିଠା କଣ୍ଠ ସ୍ୱର।

ଆନନ୍ଦେ ବିଭୋର ହୋଇ

            ନାଚିଲା ଅନ୍ତର।।


ସମୟ ଗଲା ଅଟକି

          ଶୁଣି ମିଠା ସ୍ୱର।

ସ୍ୱପ୍ନିଳ ଉର୍ମେ ଭରିଲା

          ମନର ସାଗର।।


ବିଚାରରେ ସ୍ୱତନ୍ତ୍ରତା

          ମନ ତା' ପବିତ୍ର।

ଝିଅଟିଏ ପୁରା ସିଏ

         ଅଲଗା ପ୍ରକାର।।


ସୁନ୍ଦର ତା' ରୂପ ଗୁଣ

          ଆଉ ବ୍ଯବହାର।

କ୍ଷଣକରେ କରିନେଲା

          ମତେ ସେ ନିଜର।।


ତିନି ଘଡି ଲାଗିଲା ଯେ

            ଥ୍ରୀ ମିନିଟ୍ ପରି।

ହୃଦୟେ ରହିଲା ମୋର

           କଥା ଯେ ଆହୁରି।।


ଝିଅ ନୁହେଁ ବୋଧେ ସିଏ

             ଅଟେ ଗୋଟେ ନିଶା।

ମନ ବୁଝେ ନାହିଁ ଯେତେ

           କଲେ ମିଳାମିଶା।।


ବାନ୍ଧବୀ ତା'ପରି ଗୋଟେ

           ଖୋଜୁଥିଲା ମନ।

ହସିଲା ପୁରିଲା ଲାଗେ

            ତା'ପାଇଁ ଜୀବନ।।


ଖୁସି ପାଇଁ ସଦା ତାର 

           କରିବି ପ୍ରୟାସ।

ଦେବାକୁ ପଡିଲେ ଦେବି

            ତାକୁ ମୋ ଆୟୁଷ।।


କେବେ ଲାଗେ ମଋଦ୍ଯାନ

             କେବେ ମରିଚିକା।

ସୁଖ ଦୁଃଖର ସାଥି ସେ

            ଝିଅ ଏମିତିକା।।


ଦୃଢ ଇଛା ଶକ୍ତି ଦ୍ୱାରା

          ସମ୍ପର୍ଣ୍ଣା ଯେ ସିଏ।

ତୁଳନୀୟ ଦୁନିଆରେ

          ତା' ସହିତ କିଏ?


ତା'ପରି ବାନ୍ଧବୀ ପାଇ

           ଜିଙ୍ଗାଲାଲା ଦିଲ୍।

କମିଯାଇ ପାରେ ମୋର

           ମୋବାଇଲ୍ ବିଲ୍।।


ସବୁ ପରେବି ବାନ୍ଧବୀ

           ମୋ ଏକ ନମ୍ବର।

ଆର୍ଶୀବାଦ ସେ ମୋ ପାଇଁ

             ଜଗନ୍ନାଥଙ୍କର।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract