ଜୀବନ
ଜୀବନ
କିଛି ବାଟ ଚାଲିଲି
ଏକଲା ମୁହୂର୍ତ୍ତ ମାନଙ୍କୁ
ଠିକଣା ପଚାରି ପଚାରି....
କିଛି ବାଟ ଝୁଣ୍ଟିଲି
ଘୋରି ଯାଇଥିବା ପାଦର
ଦ୍ରାଘିମାକୁ ଆଉ ଥରେ
ପାଣିରେ ବତୁରି.....
ସବୁ ହରଣ କ୍ରିୟାର
ମୁଁ ଅଦରକାରୀ ଭାଗଶେଷ
ଟେ; ନାଁ ମୁଁ ଭାଗବତର ଅକ୍ଷର
ନାଁ ମୁଁ ପୂଜା ପାଇଁ ଫୁଲ ଉପରେ
ଥିବା ଭଅଁରର ହସ୍ତାକ୍ଷର.....
ଝଡ଼ ରାତିରେ ବି
ଗୋଲାପଟେ ଅତି ସନ୍ତର୍ପଣରେ
ମେଲେଇ ପାରେ ପାଖୁଡ଼ା
ଆଉ ବସା ଖୋଜୁଥିବା
ପ୍ରଜାପତି ପିଠିରେ ଲେଖି ପାରେ
ପ୍ରେମ ଡାଏରୀର ମୁଖୁଡ଼ା......
ନଈ ଯେବେ
ସାଗରରେ ମିଶେ
ସାଗର ଯେବେ ବାଲିକଣା ଛାତିରେ
ଯଉମୁଦ ଦେଇ ତାବିଜ ବାନ୍ଧେ
ସେଠି ବି ଜୀବନ ଲତା ପରି ମାତେ....
ଫେରୁଥିବା ସୂର୍ଯ୍ୟ ବି
କିଛି ଉଜ୍ଜ୍ୱଳତା ସାଇତି ରଖେ
ଆସନ୍ତାକାଲି ପାଇଁ
କାହିଁକି ନା ଏଠି
ସବୁ ସରିଯାଏ; ଜୀବନ ଭଳି
ହଁ ସବୁ ସରିଯାଏ......।।