STORYMIRROR

Koushik Lenka

Inspirational

3  

Koushik Lenka

Inspirational

ନାରୀ

ନାରୀ

1 min
203

ଜାଣିନି କେତେ ବଖରା

ସ୍ୱପ୍ନ ସବୁ ଘୁରି ବୁଲନ୍ତି ହାଣ୍ଡିଶାଳ ପାଖରେ

ପଚାରିନି କେତେ କିଲୋ ଯନ୍ତ୍ରଣା

ସିଏ ବୋହି ପାରେ

ତା'ର ଏଇ ରକ୍ତ ମାଂସ ହାଡ଼ ଗଢ଼ଣ

ପୃଥିବୀ ପରି ପିଠିରେ।


କ୍ୟାଲେଣ୍ଡର ପୃଷ୍ଠାର ଦିନଟିଏ

ତା'କୁ ନାଁ ଦେଇଛି ବିରତି

ନାଁ ବଧେଇ ଦେଇ କମେଇ ପାରିଛି

ତା' ସଂଘର୍ଷ~ମଶାଲର ଆଞ୍ଚ


ଜଳିବା ତା'ର ଧର୍ମ

ଅନ୍ଧାର ଢୋକି...ଆଲୁଅ ବୁଣି

ସିଏ ଉତାରେ କେତେ ଆଶା

ଦେଖାଏ ନବ ଯୁଗକୁ ଦିଶା

ତେଣିକି କିଏ ବୁଝୁ କି ନ ବୁଝୁ

ତା' ଭେକ ଆଉ ଭୋକର ଭାଷା।


ଜଙ୍କ୍ ଲଗା ଜଞ୍ଜାଳ ସବୁକୁ

ଝାଡ଼ିଦେଇ ସେ କେବେ ଲୁହା ପରି ନିଦା

ତ ,ଆଉ କେବେ ସଫଳତା ର ଝୋଟିଚିତା ପରି

ଖୁବ୍ ବହଳ ଆଉ ଓଦା।


ଏଠି ତା' ଜୀବନ କେବେ ହସର ମୌସୁମୀକୁ

ଅପେକ୍ଷାରତ ତପ୍ତ ମରୁବାଲି

ଆଉକେବେ ବଢ଼ି ପାଣିରେ

ଟଳମଳ ଫୁଟା ଡଙ୍ଗା।


ଛକି~ଶୂନ ଖେଳ ପରି

ନିମିଷେ ସରିଯାଏ ତା' ଜୀବନର ବାଲିଘର ଖେଳ

କେବେ ସେ ପୌଷର କାକର

ଆଉ କେବେ ଚ‌ଇତର ଆମ୍ବ~ବ‌ଉଳ।


ସେ କେବେ ହାତର ରାକ୍ଷୀ

ଆଉକେବେ ଝାଳପୋଛା ପଣତ

ଆଶିଷ ର ଚନ୍ଦନ ଟିକା,

ପୁଣି କେବେ ପ୍ରେରଣା ଆଉ ସାନ୍ତ୍ୱନା

କେବେ ନୂଆ ଏକ ସମ୍ଭାବନା

ତା' ବିନା

ଏ ତିନିଶହପଞ୍ଚଷଠୀର ପୃଥିବୀ ଲାଗେ ଭାରି ଫିକା।


ନାରୀ ଖାଲି ପୁରୁଷର ଏକ

ଅଂଶ ନୁହେଁ

ନାରୀ ହିଁ ପୁରୁଷର ଏକମାତ୍ର ଅହଙ୍କାର;

ଯା' ଲାଗି ବାନ୍ଧି ହେଇଯାଏ ଦୂର~ଦିଗନ୍ତ ଯାଏଁ

ପଥରର ସେତୁ!

ଜଳିପାରେ ସ୍ୱର୍ଣ୍ଣ ଲଙ୍କା

ହୁଙ୍କାର ନେଇ ପାରେ କୁରୁକ୍ଷେତ୍ର;

ବଦଳିପାରେ ଇତିହାସ!

ସୃଷ୍ଟି ହେଇପାରେ ପ୍ରେମ!

ଆରମ୍ଭ ହେଇପାରେ ଆଉ ଏକ ଅଘୋଷିତ ଯୁଦ୍ଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational