STORYMIRROR

Koushik Lenka

Romance Classics

4  

Koushik Lenka

Romance Classics

ଭେଟି

ଭେଟି

1 min
224

ଇତିହାସ ବଦଳେଇବା

ଲାଗି ମୋର ଅବା ଏତେ ଶକ୍ତି

କ‌ଉଠୁ ଆସିବ।

ତା'ପରେ ଈତିହାସ କ'ଣ ବଦଳେ କି?

ସିଏ ତ କଡ଼ ଲେଉଟାଇ ଦିଏ।


ଆଉ, ସେ ବୟସ ନାହିଁ

ଏବେ ମୁଁ ହାତ ପାପୁଲି ରେ

କ୍ଷଣିକେ ଭାଙ୍ଗି ଗୁଣ୍ଡ ହେଇ ଯାଉଥିବା

ଅଙ୍ଗାର। ହଁ ପାରିବ ଯଦି

ମୋତେ ପଚାରି ପାର

ଗତ ରାତିର କୁହୁଳା ଇତିହାସ କଥା।


ଏଇ ସତ କୁହତ!

ମୋତେ "କେହିଜଣେ" ରୁ

"ମୁଁ ତାଙ୍କୁ ଜାଣେ" ସଜେଇବା ରେ

ତମକୁ କେତେ ସମୟ ଲାଗିଥିଲା।।


ଆଜିକାଲି ଏ ପ୍ରଜାପତି ସବୁ

ଭାରି ଦୁଷ୍ଟ

ଏ ଫୁଲ କଥା ସେ ଫୁଲ କୁ

କହିବେ ; ଆଉ ପଚାରିଲେ ମୁହଁ

ଫୁଲେଇ କାହିଁ କେତେଦୂର କୁ ଉଡ଼ି ଚାଲିଯିବେ।


ବଦମାସ୍ ବୁଦ୍ଦୁ ଦୁଷ୍ଟ

ଏଇମାନେ ହିଁ ପ୍ରେମ ରେ ପଡ଼ନ୍ତି କୁଆଡ଼େ

ଏମାନେ ହିଁ ପ୍ରେମ କୁ

ଖୁବ୍ ନିକଟରୁ ଜାଣିଛନ୍ତି ବୋଲି

ଅନେକ ମତ ଦିଅନ୍ତି।


ହେଲେ; ମୁଁ କ'ଣ

ସେମାନଙ୍କ ଭିତରେ , ବାହାରେ ବି ନୁହେଁ ମ

ପ୍ରେମ କରିବା ପାଇଁ ପୃଥିବୀ ଲୋଡ଼ା ପଡ଼େ

ନା

ଏ ପୃଥିବୀ ରେ ସବୁଯାକ ପ୍ରେମ ର ହିଁ ଲୋଡ଼ାପଣ।


ସେ ଯାହା ବି ହେଉ

ସବୁ ଆରମ୍ଭ ରେ ପ୍ରେମ ଥାଏ ଆଉ

ଶେଷ ହବାକୁ ଚାହୁଁନଥିବା ମେଞ୍ଚେ

ଜିଦଖୋର କାହାଣୀ ରେ ପ୍ରେମ ଶୁଖା ପତ୍ର ହେଇ

ବହିଯାଏ ନୋହିଲେ ବତୁରି ଯାଏ।


ବୟସ ରେ ପ୍ରେମ ନଥାଏ

ପ୍ରେମ କୁ ହିଁ ବୟସ ହୁଏ

ତେଣିକି ତୁମ ଇଚ୍ଛା ରେ

ମୁଁ ଥାଏ

ନତୁବା ମୁଁ ହିଁ ତୁମ ଇଚ୍ଛା ସାଜେ

ଏସବୁ ତ ସମୟ କି~ବୋର୍ଡ ରେ

କଳା ଧଳା ସୁଇଚ୍ କେବଳ ବାହାନା କରି

ସୁର ତାଳ ରେ ଛନ୍ଦି ପାରିଲେ ହେଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance