STORYMIRROR

Koushik Lenka

Abstract Classics

3  

Koushik Lenka

Abstract Classics

ଏଇ ତ ଜୀବନ

ଏଇ ତ ଜୀବନ

1 min
281

ରେଭେନ୍ସା ରୁ ବାଣୀବିହାର

ଭିତରେ ଦୂରତା ଅବା କେତେ

ତଥାପି କିଛି ଆଶା ଏଇଠି

ପ୍ରତିଯୋଗିତା ର ପୃଷ୍ଠା ରେ

ଲେଖା ହୁଏ ଆଉ ଚିରା ମଧ୍ୟ ହୁଏ ।


ଶୁଣ! ସଖି

ଏଠି ଯନ୍ତ୍ରଣା ହିଁ ସତ୍ୟ

ଯଦିଓ ମୃତ୍ୟୁ ଏଠୁ ଅନେକ ଦୂର

ଅଭିମାନ ର ଫସଲ ରେ

ଅଭିଯୋଗ ର କୁଆପଥର ମାଡ଼

ହେଇ ଏଠି ସବୁ ବିଞ୍ଚି ହେଇଯାଏ ।


କିଛି ବାଟ ତୋତେ ଏକା

ଚାଲିବାକୁ ପଡ଼ିବ

ତୋ ନିଜ ଛାଇ ରେ

ତୋତେ ଲଗେଇବାକୁ ପଡ଼ିବ 

କଳାଟିକା

ଯଦିଓ ତୋର ସବୁ ଛାଇ

ତୋ ଦେହରେ କଳାଜାଇ ହେଇ

ସଜେଇ ହୁଅନ୍ତି ।


କେଉଁ ଆଲୋକ ବର୍ଷ ର

ହିସାବ ରେ ତୁ ଆଜି

ଏତେ ଥକି ପଡ଼ୁଛୁ!

କାହିଁକି ତୋ ଭିତରର ସାଇତା ବର୍ଣ୍ଣର

କୁ ତୁ ଅଦିନରେ ଜାଳୁ

ଚାଲ ଆଉ ଥରେ ଲେଖ ଇତିହାସ

ଏଠି ଥରକୁ ଥର ବଦଳେ ସମ୍ଭାବନା ।


ମାଟି ଚକଟି 

ନିଆଁ ତତେଇ ଇଟା ଗଢ଼ି ହୁଏ

ତୁ ଶକ୍ତି ଦେଖେଇ ଭାଙ୍ଗିପାରୁ

ହେଲେ ଆଉଥରେ ମାଟି ନୁହେଁ ।.


ସବୁ ସକାଳ ରେ ବି

ଜହ୍ନ ଥାଏ

ସବୁ ଫର୍ଦ୍ଦ ରେ ବି ପୃଷ୍ଠା

ଟିଏ ଚିହ୍ନ ହେଇ ରହିଥାଏ ।


ଆଉ ଜୀବନ! ତ ନ‌ଉକା ତଳର 

ମଥା ନୁଆଁଇ ଚାଲୁଥିବା ଢେଉ;

ବାସ୍ ଅଶାନ୍ତ ହେଲେ ଲେଖା ହୁଏ

କାଳିଜାଈ ର ସନ୍ଧ୍ୟା! ଯାହାର ସନ୍ଧାନ ବେଳକୁ ନାଁ ନାଆ ଥାଏ

ନାଁ ଥାଏ ନାଉରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract