ଏଇ ଏବେ ଏବେ
ଏଇ ଏବେ ଏବେ
ଏଇ ଏବେ ଏବେ
କେତେ ଶ୍ରାବଣ ତୁମ ଗାଁ
ନଈ ଛାତିରେ ଶୋଇଗଲେ
ଏଇ ଏବେ ଏବେ
କେତେ ବୈଶାଖ ତମ ଘର
ଅଗଣା ବୁଢ଼ା ବାରମାସୀ ଦେହରେ
ବସା ବାନ୍ଧିଲେ
ଏଇ ଏବେ ଏବେ
କେତେ ସ୍ୱପ୍ନ ତୁମ ପାଦ ତଳେ
ଫୁଲ ହେଇ ମକଚି ଯାଉଥିଲେ
ଏଇ ଏବେ ଏବେ
କେତେ ଝରକା ଦେଇ
ଆଶା ର ଧୂଳି ଆଉ ଧୂଆଁ
ଚେଇଁ ଉଠୁଥିଲେ
ଏଇ ଏବେ ଏବେ
କେତେ ସାହସ ଡେଉଁରିଆ ହେଇ
କହୁଣୀ କାନ୍ଥରେ ସଜେଇ ହେଉଥିଲେ
ଏଇ ଏବେ ଏବେ
କେତେ ରକ୍ତ ମନ୍ଦିର ବାହାରେ
ଠିଆ ହେଇ ସିଞ୍ଚାଜଳ କୁ ଚାତକ ପରି
ଚାହିଁ ରହିଥିଲେ
ଏଇ ଏବେ ଏବେ
ତ ମୁଁ ତମ ପାଇଁ ଗାରେଇଥିଲି
ତମେ ଚିହ୍ନିଲ ତା'କୁ କବିତା ବୋଲି
ତଥାପି ଖୋଜୁଥିଲ କବି! କୁ