STORYMIRROR

Koushik Lenka

Romance Classics

3  

Koushik Lenka

Romance Classics

ଏଇ ଏବେ ଏବେ

ଏଇ ଏବେ ଏବେ

1 min
310

ଏଇ ଏବେ ଏବେ

କେତେ ଶ୍ରାବଣ ତୁମ ଗାଁ

ନ‌ଈ ଛାତିରେ ଶୋଇଗଲେ


ଏଇ ଏବେ ଏବେ

କେତେ ବୈଶାଖ ତମ ଘର

ଅଗଣା ବୁଢ଼ା ବାରମାସୀ ଦେହରେ

ବସା ବାନ୍ଧିଲେ


ଏଇ ଏବେ ଏବେ

କେତେ ସ୍ୱପ୍ନ ତୁମ ପାଦ ତଳେ

ଫୁଲ ହେଇ ମକଚି ଯାଉଥିଲେ


ଏଇ ଏବେ ଏବେ

କେତେ ଝରକା ଦେଇ

ଆଶା ର ଧୂଳି ଆଉ ଧୂଆଁ

ଚେଇଁ ଉଠୁଥିଲେ


ଏଇ ଏବେ ଏବେ

କେତେ ସାହସ ଡେଉଁରିଆ ହେଇ

କହୁଣୀ କାନ୍ଥରେ ସଜେଇ ହେଉଥିଲେ


ଏଇ ଏବେ ଏବେ

କେତେ ରକ୍ତ ମନ୍ଦିର ବାହାରେ

ଠିଆ ହେଇ ସିଞ୍ଚାଜଳ କୁ ଚାତକ ପରି

ଚାହିଁ ରହିଥିଲେ


ଏଇ ଏବେ ଏବେ

ତ ମୁଁ ତମ ପାଇଁ ଗାରେଇଥିଲି

ତମେ ଚିହ୍ନିଲ ତା'କୁ କବିତା ବୋଲି

ତଥାପି ଖୋଜୁଥିଲ କବି! କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance