ସଫେଦ୍ ପ୍ରେମ
ସଫେଦ୍ ପ୍ରେମ
ଦୁନିଆ କହୁଛି ଆକାଶ ମିଶିଛି ସାଗର ସାଥିରେ
ସାଗର ମଝିରେ ଯାଇ ।
ହେଲେ ଆକାଶ ତ ଜାଣେ ସାଗରକୁ କେବେ
ସିଏ ପାରିବନି ଛୁଇଁ ।।
ଉନ୍ମଦିତ ହୋଇ ସାଗର ବୁକୁରେ
ଉଠୁଛି ଜୁଆର ଆଜି ।
ସାଗର ଭାବୁଛି ଛୁଇଁ ପାରନ୍ତା କି ଆକାଶକୁ ସିଏ
ତା ବକ୍ଷ ଜୁଆର ତେଜି ।।
ଆନ୍ଦୋଳିତ ହେଲେ ଆକାଶର ମନ
ଲୋତକ ଝରଇ ଯେବେ ।
ସବୁ ଲୋତକକୁ ସାଉଁଟି ସାଗର
ଆକାଶର ସ୍ପର୍ଶକୁ ଅନୁଭବେ ।।
ବିଚିତ୍ର ଦୁନିଆ ବିଚିତ୍ର ଏ ପ୍ରେମ
ଭେଦ ଭାବ ଦେଖୁ ନାହିଁ ।
ପ୍ରେମ ସିନା ଅଟେ ଦୃଷ୍ଟି ହୀନ ହେଲେ
ଏ ଦୁନିଆ ସହିବ ନାହିଁ ।।
ସମ୍ଭବ କି ହେବ ଏ ସମାଜେ ପୁଣି
ସାଗର ଆକାଶ ମିଳନ ।
ସଫେଦ୍ ପ୍ରେମ ଇଏ ପବିତ୍ର ସମ୍ପର୍କ
ଲୋଡ଼େ ନା ବିବାହ ବନ୍ଧନ ।।